ଭୂକମ୍ପ ଝଟକାରେ ଥରିଲା ଉତ୍ତରପୂର୍ବ ଭାରତର ୩ ରାଜ୍ୟ

1 min read

ନୂଆଦିଲ୍ଲୀ: ଭୂକମ୍ପ ଝଟକାରେ ଥରିଲା ଉତ୍ତରପୂର୍ବ ଭାରତର ୩ ରାଜ୍ୟ। ଶୁକ୍ରବାର ସକାଳୁ ଉତ୍ତରପୂର୍ବ ଭାରତର ଆସାମ, ମେଘାଳୟ ଓ ମଣିପୁରରେ ଭୂମିକମ୍ପ ଝଟକା ଅନୁଭବ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜୀ ସୂଚନା ମୂତାବକ, ଆସାମର ସୋନିତପୁର ଜିଲ୍ଲାରେ ଭୂମିକମ୍ପ ହୋଇଥବା ବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ରହିଥିଲା। ମଣିପୁରର ଚନ୍ଦେଲ ଓ ମେଘାଳୟାର ଓ୍ବେଷ୍ଟଖାସି ହିଲସରେ ଯଥାକ୍ରମେ ୩.୦ ଓ ୨.୬ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଗତ ୩ ଦିନ ଭିତରେ   ଆସାମର ସୋନିତପୁର ଜିଲ୍ଲାକୁ ଦ୍ବିତୀୟ ଥର ଭୂକମ୍ପ ଝଟକା ଲାଗିଛି। କିଛିଦିନ ବ୍ୟବଧାନରେ ଭୁକମ୍ପ ଅନୁଭୂତ ହେଉଥିବାରୁ ସତର୍କ ରହିବା ପାଇଁ ଗାଇଡଲାଇନ ଜାରି କରିଛି ନ୍ୟାସନାଲ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି ବା NDMA।

Leave a Reply