spot_img

Latest Posts

କାହିଁକି ସ୍ପିନ ଜାଲରେ ବାରମ୍ବାର ଛନ୍ଦି ହେଉଛି ଟିମ୍ ଇଣ୍ଡିଆ ? ଗମ୍ଭୀରଙ୍କ କୋଚିଂକୁ ନେଇ ଉଠିଲା ପ୍ରଶ୍ନ

କୋଲକତା ଟେଷ୍ଟରେ ଭାରତର ପରାଜୟ ପରେ ଏବେ ଟିମ୍ ଇଣ୍ଡିଆ ଓ ଗୌତମ ଗମ୍ଭୀରକୁ ନେଇ ବଡ଼ ଆଲେଚନା ଚାଲିଛି । କାହିଁକି ଭାରତ ବାରମ୍ବାର ସ୍ପିଜ ଜାଲରେ ଛନ୍ଦି ହେଉଛି? ଏନେଇ ଏବେ ଗମ୍ଭୀରଙ୍କ କୋଚିଂକୁ ନେଇ ପ୍ରଶ୍ନ ଉଠିଛି । ଦକ୍ଷିଣ ଆଫ୍ରିକାର ସ୍ପିନ ଆଗରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ସମ୍ପୂର୍ଣ୍ଣ ଭାବେ ଆତ୍ମସମର୍ପଣ କରିଦେଇଥିଲେ । ଏହା ପୂର୍ବରୁ ମଧ୍ୟ ସମାନ ଦଶା ଭାରତୀୟ ଟିମ୍ ଭୋଗିଥିଲା । ଗତବର୍ଷ ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ସିରିଜରେ ମଧ୍ୟ ଭାରତୀୟ ବ୍ୟାଟ୍ସମ୍ୟାନମାନେ ଠିକ୍ ଢଙ୍ଗରେ ସ୍ପିନସର୍ଙ୍କୁ ସାମ୍ନା କରିପାରିନଥିଲେ ।

ଇଡେନ ଗାର୍ଡନ୍ସରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଭାରତ ୩୦ ରନରେ ହାରିବା ଏବେ ବଡ଼ ପ୍ରଶ୍ନ ଛିଡ଼ା କରିଛି । ଏହାଦ୍ବାରା ଭାରତ ଏହି ସିରିଜରେ ୦-୧ରେ ପଛରେ ପଡ଼ିଯାଇଛି । ୧୨୪ ରନର ସହଜ ଲକ୍ଷ୍ୟକୁ ପିଛା କରିବାରେ ଅସଫଳ ହୋଇଥିଲା ଟିମ୍ ଇଣ୍ଡିଆ । ତା’ ପୁଣି ନିଜ ଘରୋଇ ଗ୍ରାଉଣ୍ଡରେ, ଏହା ଠାରୁ ଲଜ୍ଜାଜନକ ସ୍ଥିତି ଆଉ କ’ଣ ଥାଇପାରେ । ଏହି ପରାଜୟ ପରେ ଭାରତୀୟ ଟିମର ପ୍ରସ୍ତୁତି, ମାନସିକତା, ବିଶେଷ କରି ସ୍ପିନ ବିପକ୍ଷରେ ଖେଳିବାରେ ଭାରତୀୟ ଦଳର ଦକ୍ଷତା ଉପରେ ପ୍ରଶ୍ନ ଉଠିଛି ।

ତେବେ ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ନେତୃତ୍ବରେ ଭାରତ ପ୍ରଥମ ଥର ଟେଷ୍ଟରେ ଏଭଳି ଧରାଶାୟୀ ହୋଇନାହିଁ । ଭାରତୀୟ ଟିମର ସ୍ପିନ୍ ପ୍ରତି ଦୁର୍ବଳତା ବାରମ୍ବାର ପଦାରେ ପଡ଼ିଛି । ଗତବର୍ଷ ନ୍ୟୁଜିଲାଣ୍ଡ ଭାରତକୁ ହୋମ ଗ୍ରାଉଣ୍ଡରେ ୦-୩ରେ ହରାଇଥିଲା । ଏବେ ଦକ୍ଷିଣ ଆଫିକା ବିପକ୍ଷରେ ଭାରତୀୟ ବ୍ୟାଟ୍ସମ୍ୟାନ ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି । ସାଇମନ ହାର୍ମର କୋଲକତା ଟେଷ୍ଟରେ ଉଭୟ ପାଳିରେ ୪-୪ ଓ୍ବିକେଟ ନେଇଥିଲେ । ଅନ୍ୟ ସ୍ପିନର କେଶବ ମହାରାଜ ମଧ୍ୟ ଶାନଦାର ପ୍ରଦର୍ଶନ କରିଥିଲେ । ଭାରତୀୟ ବ୍ୟାଟ୍ସମ୍ୟାନ ନା ଠିକ ଢଙ୍ଗରେ ଶର୍ଟ ଖେଳିପାରିଥିଲେ, ନା ଠିକରେ ଷ୍ଟ୍ରାଇକ ରୋଟେଟ କରିପାରିଥିଲେ । ଧ୍ରୁବ ଜୁରେଲ, ଅକ୍ଷର ପଟେଲ ଓ ଋଷଭ ପନ୍ତଙ୍କ ପରି ବ୍ୟାଟ୍ସମ୍ୟାନ ଦାୟିତ୍ବହୀନ ଭାବେ ଶର୍ଟ ଖେଳି ଆଉଟ ହୋଇଥିଲେ ।

Latest Posts

Don't Miss