ବହୁ ଦିନର ଅପେକ୍ଷା ପରେ ଆଜି ଶ୍ରୀରାଧାଙ୍କ ପାଦ ଦର୍ଶନ

1 min read

ଆଜି ପବିତ୍ର ଅଁଳା ନବମୀରେ ଶ୍ରୀରାଧା ପାଦ ଦର୍ଶନ । ଶ୍ରୀରାଧାଙ୍କ ଓଡ଼ିଆଣୀ ବେଶ ଦର୍ଶନ ପାଇଁ ସାକ୍ଷୀଗୋପାଳ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି । ଦେବ ନୀତି ସଂପନ୍ନ ଓ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବର୍ଷକୁ ଥରେ ରାଧାକୃଷ୍ଣଙ୍କର ଏହି ବେଶ ହେଉଥିବା ବେଳେ ଏହାକୁ ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି ।

ବିଶ୍ୱାସ ରହିଛି ଆଜି ଶ୍ରୀରାଧାଙ୍କୁ ଦର୍ଶନ କଲେ ପୂଣ୍ୟ ଲାଭ ହୁଏ । ଅଁଳା ଗଛକୁ ପୂଜାର୍ଚ୍ଚନା କରିବା ସହ ରାଧାଙ୍କ ପାଦ ଦର୍ଶନ କରନ୍ତି ଶ୍ରଦ୍ଧାଳୁ। ଏଥିପାଇଁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସ୍ୱତନ୍ତ୍ର ଦେବ ନୀତି ନିର୍ଦ୍ଧାରଣ କରାଯାଇଛି । ସେବାୟତମାନଙ୍କ ଦ୍ୱାରା ମଙ୍ଗଳା ଆରତୀ, ମର୍ଦ୍ଦନ, ଅବକାଶ, ନଟବର ବେଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବଲ୍ଲଭ, ସକାଳ ଧୂପ, ମଦନମୋହନ ଭୋଗ ପରି ରୀତିନୀତି ସଂପନ୍ନ ହେବା ପରେ ଭୋର ୪ଟାରୁ ଶ୍ରଦ୍ଧାଳୁଙ୍କ ପାଇଁ ସାହାଣ ମେଲା ଦର୍ଶନ  ବ୍ୟବସ୍ଥା ହୋଇଛି ।

ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଆଖିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯାଇଛି। ଧାଡ଼ିରେ ଯାଇ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଭିଡ଼କୁ ଆଖିରେ ରଖି ୨୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଟ୍ରାଫିକ୍‌ ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି ।… ')}

Leave a Reply