spot_img

Latest Posts

ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ଓଡ଼ିଶାର ନୂଆ ରାଜ୍ୟପାଳ ରଘୁବର ଦାସ

ଭୁବନେଶ୍ୱର: ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ଓଡ଼ିଶାର ନୂଆ ରାଜ୍ୟପାଳ ରଘୁବର ଦାସ । ପୁରୀରେ ପହଞ୍ଚି ସେ ପୁରୀ ରାଜଭବନକୁ ଯାଇଥିଲେ । ସକାଳୁ ସକାଳୁ ସେ ମହୋଦଧିକୁ ଯାଇ ସୂର୍ଯ୍ୟଉଦୟ ଦର୍ଶନ କରିଛନ୍ତି । ପରେ ପୁରୀ ମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ଆଜି ସଂଧ୍ୟାରେ ରାଜଭବନରେ ବିଶ୍ରାମ ନେବେ । ଆସନ୍ତାକାଲି ୧୧ଟା ୪୫ରେ ରାଜ୍ୟପାଳ ଭାବେ ଶପଥ ନେବେ ରଘୁବର ଦାସ । ନୂଆ ରାଜ୍ୟପାଳଙ୍କୁ ପ୍ରୋଟୋକଲ ଅନୁଯାୟୀ ଜେଡ ପ୍ଲସ୍‌ ସୁରକ୍ଷା ଯୋଗାଇ ଦିଆଯାଇଛି । ମଙ୍ଗଳବାର ସକାଳ ୧୧.୪୫ ରେ ରାଜ ଭବନରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ତେବେ ଶପଥ ଗ୍ରହଣ ସମାରୋହ ପୂର୍ବରୁ ଦାଶ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରରେ ପ୍ରାର୍ଥନା କରିବାର କାର୍ଯ୍ୟକ୍ରମ ରହିଛି ।

ଆସନ୍ତାକାଲି ଶପଥ ଗ୍ରହଣ ସମାରୋହରେ ଦାଶଙ୍କ ପରିବାର ସଦସ୍ୟ, ଅନେକ ବରିଷ୍ଠ ନେତା ଏବଂ ରାଜ୍ୟ କ୍ୟାବିନେଟର ସଦସ୍ୟ ଯୋଗଦେବେ ବୋଲି ଆଶା କରାଯାଉଛି। ଅକ୍ଟୋବର ୧୮ ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦାଶଙ୍କୁ ୨୬ ତମ ରାଜ୍ୟପାଳ ଭାବରେ ନିଯୁକ୍ତ କରିଥିଲେ । ଏହାପୂର୍ବରୁ ସେ ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଥିଲେ।

 

Latest Posts

Don't Miss