ବିରାଟ କୋହଲିଙ୍କୁ ନେଇ ବଡ଼ ବୟାନ ଦେଲେ ରାହୁଲ ଦ୍ରାବିଡ଼, ଫ୍ୟାନ୍ସ ହୋଇଗଲେ ତାଜୁବ୍

ଭାରତୀୟ ଅଭିଜ୍ଞ କ୍ରିକେଟର ବିରାଟ କୋହଲି ବିଶ୍ବରେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ପରିଗଣିତ ହୋଇଥାନ୍ତି । ସେ ଟିମ୍ ଇଣ୍ଡିଆ ପକ୍ଷରୁ ପ୍ରତିନିଧିତ୍ବ କରି ଅନ୍ତର୍ଜାତୀୟ କ୍ରିକେଟରେ ବହୁ ବିରୋଧୀଙ୍କୁ ଚକମା ଦେବାରେ ସଫଳ ହୋଇଛନ୍ତି । ନିକଟରେ ବିରାଟ କୋହଲିଙ୍କୁ ନେଇ ଏକ ବୟାନ ଦେଇଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ ହେଡ୍ କୋଚ ରାହୁଲ ଦ୍ରାବିଡ଼ । ବିରାଟଙ୍କ ଉଚ୍ଚତା ବହୁତ କମ୍ ବୋଲି ଏକ ପଡକାଷ୍ଟ ଅବସରରେ ଦ୍ରାବିଡ଼ କହିଛନ୍ତି । କୋହଲିଙ୍କ ହାଇଟକୁ ନେଇ ଦ୍ରାବିଡ଼ଙ୍କ ଏହି ବୟାନ ଶୁଣି ଫ୍ୟାନ୍ସ ଚକିତ ହୋଇଯାଇଛନ୍ତି ।
ଆଶିଷ କୌଶିକଙ୍କ ଏକ ପଡକାଷ୍ଟ ଅବସରରେ ଦ୍ରାବିଡ଼ କହିଛନ୍ତି, ‘ଗାଭାସ୍କର ଜଣେ ବାଲାନ୍ସ ଖେଳାଳି ଥିଲେ । ମୁଁ ତାଙ୍କୁ ବ୍ୟାଟିଂ କରୁଥିବା ସବୁବେଳେ ଦେଖିଛି । ମୋର ହାଇଟ୍ ସାମାନ୍ୟ ଅଧିକ ଥିଲା, ସେଥିପାଇଁ ମୁଁ ତାଙ୍କୁ କେବେ ବି କପି କରିନଥିଲି । ସଚିନ ତେନ୍ଦୁଲକର ମଧ୍ୟ ବହୁତ ବାଲାନ୍ସ ଖେଳାଳି ଥିଲେ । କମ୍ ଉଚ୍ଚତା ବିଶିଷ୍ଟ ବ୍ୟାଟ୍ସମ୍ୟାନଙ୍କ ନିକଟରେ ବ୍ୟାଟିଂର ଅଧିକ ଫାଇଦା ରହିଥାଏ । ଗତ କିଛି ବର୍ଷ ମଧ୍ୟରେ କମ୍ ହାଇଟଧାରୀ ବହୁ ମହାନ୍ ବ୍ୟାଟ୍ସମ୍ୟାନଙ୍କୁ ଦେଖିବାକୁ ମିଳିଛି । ସୁନିଲ ଗାଭାସ୍କର, ସଚିନ ତେନ୍ଦୁଲକର, ବ୍ରାଏନ ଲାରା ଓ ରିକି ପଣ୍ଟିଂଙ୍କୁ ଆପଣ ଦେଖିପାରନ୍ତି । ସାର ଡନ ବ୍ରାଡମ୍ୟାନ ମଧ୍ୟ କମ୍ ହାଇଟର ଥିଲେ । ବିରାଟ କୋହଲିଙ୍କ ଉଚ୍ଚତା ମଧ୍ୟ କମ୍ । ମୁଁ ବିରାଟଙ୍କୁ ଛୋଟ କହିଲି ବୋଲି ତାଙ୍କୁ ଏହା କେବେ ବି ଭଲ ଲାଗିବ ନାହିଁ ।’