ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ପାଦ ତଳେ ନଇଁବା ମୋତେ ଭଲ ଲାଗେନି: ରାହୁଲ ଗାନ୍ଧୀ

1 min read
Rahul Gandhi Congress Tamil Nadu CM Bow Amit Shah PM Modi

ଚେନ୍ନାଇ: ନିର୍ବାଚନକୁ ନେଇ ଉଷ୍ମ ଅଛି ରାଜନୀତି । ତାମିଲନାଡ଼ୁ ଗସ୍ତରେ ଅଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଚେନ୍ନାଇରେ ଏକ ଜନସଭାକୁ ସମ୍ବୋଧିତ କରି ରାହୁଲ ବିଜେପି ସହ AIADMKକୁ ଟାର୍ଗେଟ୍ କରିଛନ୍ତି । ରାହୁଲ ଗାନ୍ଧୀ କହିଛନ୍ତି- ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଯେତେବେଳେ ମୋଦି ଓ ଶାହଙ୍କ ପାଦ ଛୁଅଁନ୍ତି, ତାଙ୍କ ସାମ୍ନାରେ ନଇଁବା ଦେଖିଲେ ଖରାପ ଲାଗେ । ଯେତେବେଳେ ମୁଁ ଦେଖେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନିୟନ୍ତ୍ରଣ କରୁଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ଚୁପଚାପ୍ ତାଙ୍କ ପାଦ ଛୁଉଁଛନ୍ତି ମୋତେ ପସନ୍ଦ ଆସେନି ।

ରାହୁଲ୍ କହିଛନ୍ତି- ମୁଁ ଏକ ଫଟୋରେ ଦେଖିଲି ଜଣେ ନିର୍ବାଚିତ ପ୍ରତିନିଧି ଅମିତ ଶାହଙ୍କ ପାଦ ଛୁଉଁଛନ୍ତି । ଏମିତି ସମ୍ପର୍କ ବିଜେପିରେ ସମ୍ଭବ । ଯେଉଁଠି ଆପଣଙ୍କୁ ବିଜେପିର ନେତାଙ୍କ ପାଦ ଛୁଇଁବାକୁ ପଡ଼ିବ । ଯେଉଁଠି ନରେନ୍ଦ୍ର ମୋଦି ଓ ଅମିତ ଶାହଙ୍କ ଆଗରେ ମୁଣ୍ଡ ନୁଆଁଇବାକୁ ପଡ଼ିବ ।

ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ବିଜେପି ଆଗରେ ମୁଣ୍ଡ ନୁଆଁଇବାକୁ ଚାହାଁନ୍ତି ନାହିଁ । କିନ୍ତୁ ସେ କରିଥିବା ଦୁର୍ନୀତି ଲାଗି ଏମିତି କରିବାକୁ ବାଧ୍ୟ । ରାହୁଲ ଗାନ୍ଧୀ ଚେନ୍ନାଇ କଂଗ୍ରେସ ପ୍ରାର୍ଥୀ ହସନ ହାରୁନଙ୍କ ଲାଗି ଭୋଟ୍ ପ୍ରଚାର ବେଳେ ଆୟୋଜିତ ଜନସଭାରେ ଏମିତି କହିଛନ୍ତି ।

Leave a Reply