ନାଇଟ୍ କ୍ଲବରେ ରାହୁଲ, ଆସିଲା ନେପାଳୀ କଣ୍ଠଶିଳ୍ପୀଙ୍କ ସହ ରାହୁଲଙ୍କ ଆଉ ଏକ ଫଟୋ

1 min read

ନେପାଳ: ଫଟୋ ପାଇଁ ଚର୍ଚ୍ଚାର କଂଗ୍ରେସ ନେତା ରହୁଲ ଗାନ୍ଧି । ନେପାଳର ଏକ ନାଇଟ କ୍ଲବରେ ରାହୁଲଙ୍କ ଉପସ୍ଥିତିକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲାବେଳେ ଏବେ ଆଉ ଏକ ଫଟୋ ସାମ୍ନାକୁ ଆସିଛି । ଏଥର ରାହୁଲ ଗାନ୍ଧି ଜଣେ ନେପାଳୀ କଣ୍ଠଶିଲ୍ପୀଙ୍କ ସହ ଅଛନ୍ତି । କଣ୍ଠଶିଲ୍ପୀ ଜଣଙ୍କ ତାଙ୍କ ଟ୍ବିଟର ହ୍ୟାଣ୍ଡେଲରେ ଏହି ଫଟୋ ପୋଷ୍ଟ କରିଛନ୍ତି ।

ଫଟୋ ପୋଷ୍ଟ କରି କଣ୍ଠଶିଲ୍ପୀ ସରସ୍ବତୀ ଖତ୍ରୀ ଲେଖିଛନ୍ତି ଯେ, ସମସ୍ତଙ୍କୁ ଏକାଠି ବାନ୍ଧି ରଖିବାର ଶକ୍ତି ସଙ୍ଗୀତରେ ରହିଛି । ଗତ ସନ୍ଧ୍ୟାରେ ମୁଁ ଭାରତ ସଂସଦର ସାଂସଦ ରାହୁଲ ଗାନ୍ଧିଙ୍କ ସହ ଗୀତ ଗାଇବାର ସୁଯୋଗ ପାଇଲି । ସେ ବହୁତ ଭଲ ଏବଂ ସରଳ ବ୍ୟକ୍ତତ୍ବ ।

ଏଠାରେ ଆମେ କହି ରଖିବାକୁ ଚାହୁଁଛୁ ଯେ, ରାହୁଲ ଗାନ୍ଧୀଙ୍କ ନେପାଳ ଗସ୍ତକୁ ନେଇ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଥିଲେ । ନାଇଟ୍ କ୍ଲବରେ ରାହୁଲଙ୍କ ଫଟୋ ଭାଇରାଲ୍ ହେବା ନେଇ କଂଗ୍ରେସକୁ ଟାର୍ଗେଟ୍ କରିଥିଲା ବିଜେପି । ସେପଟେ କଂଗ୍ରେସ ମଧ୍ୟ କିଛି ବିଜେପି ନେତାଙ୍କ ସମାନ ଫଟୋ ଶେଆର୍ କରି ବିଜେପିକୁ କାଉଣ୍ଟର କରିଥିଲା ।