spot_img

Latest Posts

ଟାର୍ଗେଟ କଲେ ରାହୁଲ ଗାନ୍ଧୀ, କହିଲେ କଂଗ୍ରେସର ଲୋକପ୍ରିୟତା ଦେଖି ବିଜେପି ଚିନ୍ତିତ

ନନ୍ଦିଘୋଷ ବ୍ୟୁରୋ; ରାୟବରେଲିରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ପହଞ୍ଚିବା ମାତ୍ରେ କଡ଼ା ଭାଷାରେ ଟାର୍ଗେଟ କରିଛନ୍ତି ରାହୁଲ । ମନ୍ତ୍ରୀ ଦିନେଶ ସିଂହଙ୍କ ନେତୃତ୍ବରେ କରାଯାଇଥିବା ବିରୋଧ ପ୍ରଦର୍ଶନକୁ ନେଇ ଟାର୍ଗେଟ କରିଛନ୍ତି ରାହୁଲ । କଂଗ୍ରେସ ଲୋକପ୍ରିୟତା ଦିନକୁ ଦିନ ବଢ଼ୁଥିବାବେଳେ ବିଜେପି ଏହାକୁ ନେଇ ଚିନ୍ତିତ ରହିଛି । ଯେଉଁ କାରଣରୁ ଦେଶବ୍ୟାପୀ ବିଜେପି କର୍ମୀମାନେ କଂଗ୍ରେସ ବିରୋଧରେ ବିକ୍ଷୋଭ କରୁଛନ୍ତି । ନିଜ ଦଳ ତଳକୁ ତଳ ଯାଉଥିବାବେଳେ ନେତା ଏବଂ କର୍ମୀମାନେ ବିଚଳିତ ହେଉଛନ୍ତି ।

କହି ରଖୁଛୁ କି, ରାହୁଲ ଗାନ୍ଧୀ ଆଜିଠାରୁ ଦୁଇ ଦିନିଆ ରାୟବରେଲି ଗସ୍ତରେ ଅଛନ୍ତି । ରାହୁଲଙ୍କ ଗସ୍ତକୁ ନେଇ ମନ୍ତ୍ରୀ ଦିନେଶ ସିଂ ଏବଂ ତାଙ୍କ ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଗୋ ବ୍ୟାକର ନାରା ଦେଇଥିଲେ । ତେବେ ଗୋରାବଜାରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜେପି ଉପରେ ବର୍ଷିଛନ୍ତି ରାହୁଲ । ଏହି ସଭାରେ ରାହୁଲ କହିଛନ୍ତି କି, ଭୋଟ ଚୋର, ଗାଦି ଛୋଡ଼ । ଆମେ ବାରମ୍ବାର ଏହା କହିଛୁ ଏବଂ ପ୍ରମାଣ କରି ଦେଖାଇବୁ । ରାୟବରେଲିରେ ଆରଜେଡି ନେତା ତେଜସ୍ୱୀ ଯାଦବ, ରାହୁଲ ଗାନ୍ଧୀ ଏବଂ ଏସପି ମୁଖ୍ୟ ଅଖିଳେଶ ଯାଦବଙ୍କ ଫଟୋ ଥିବା ପୋଷ୍ଟର ଲଗାଯାଇଛି, ଯେଉଁଥିରେ ଲେଖାଯାଇଛି ଯେ ‘ଭାରତର ଶେଷ ଆଶା, କଳିଯୁଗର ବ୍ରହ୍ମା, ବିଷ୍ଣୁ, ମହେଶ।’ ପ୍ରଦେଶ କଂଗ୍ରେସ ସଭାପତି ଅଜୟ ରାୟ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ରାୟବରେଲି ଗସ୍ତ ଦଳୀୟ କର୍ମୀ ଏବଂ ରାଜ୍ୟବାସୀଙ୍କ ମନରେ ନୂତନ ଉତ୍ସାହ ଭରି ଦେଇଛି। ସେ କହିଛନ୍ତି ଯେ ଆମର ନେତା ରାହୁଲ ଗାନ୍ଧୀ ଦେଶରେ ଭୋଟ ଚୋରିକୁ ସମ୍ପୂର୍ଣ୍ଣ ଭାବରେ ପର୍ଦ୍ଦାଫାଶ କରିଛନ୍ତି। ସମଗ୍ର ଦେଶ ତାଙ୍କ ଉପରେ ଗର୍ବିତ ଅନୁଭବ କରୁଛି।

Latest Posts

Don't Miss