spot_img

Latest Posts

ରାୟଗଡ଼ା ୪ର୍ଥ ଶ୍ରେଣୀ ଛାତ୍ରୀ ମୃତ୍ୟୁ ଘଟଣାର ପର୍ଦ୍ଦାଫାସ୍

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ମୁନିଗୁଡା ଥାନା ବାଇନିବସା ଗାଁର ୪ର୍ଥ ଶ୍ରେଣୀ ଛାତ୍ରୀ ମୃତ୍ୟୁ ଘଟଣାର ପର୍ଦ୍ଦାଫାସ୍ କରିଛି ମୁନିଗୁଡା ପୋଲିସ। ୨୪ ଦିନପରେ ଘଟଣା ଉପରୁ ପର୍ଦ୍ଦା ଉଠିଛି। ଦୁଷ୍କର୍ମ ଓ ହତ୍ୟା ମାମଲାରେ ମେଗା ପାନୀୟ ଜଳ ପ୍ରକଳ୍ପରେ କାର୍ଯ୍ୟରତ ବିହାରି ଶ୍ରମିକଙ୍କୁ ଗିରଫ କରିଛି ମୁନିଗୁଡା ପୋଲିସ  l ୯ବର୍ଷର ନାବାଳିକା ନିଜଘରେ ଟିଭି ଦେଖୁଥିବା ବେଳେ ଅଭିଯୁକ୍ତ ଜଣକ ନିଶାସକ୍ତ ଅବସ୍ଥାରେ ନାବାଳିକାକୁ ବାହାନା କରି ଜଙ୍ଗଲ କୁ ଡାକିନେଇଥିଲା। ସେଠାରେ ପ୍ରଥମେ ଦୁଷ୍କର୍ମ ଓ ପରେ ନାବାଳିକାକୁ ହତ୍ୟା କରିଥିଲା। ଏହି ଜଘନ୍ୟ କାଣ୍ଡ ଘଟାଇବା ପରେ  ପ୍ରମାଣ ନଷ୍ଟ କରିବା ପାଇଁ ଏକ ଗାତରେ ପୋତିଦେଇଥିଲା। ଗତ ୧୭ ତାରିଖରେ ଜଙ୍ଗଲରୁ ନାବାଳିକାର ମୃତଦେହ ଉଦ୍ଧାର ହୋଇଥିଲା। ତଦନ୍ତ ପରେ ବିହାରି ଶ୍ରମିକ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ପୋଲିସ ନିକଟରେ ଦୋଷ ସ୍ବୀକାର କରିଥିଲା। ଅଭିଯୁକ୍ତ ବିହାର ଅଞ୍ଚଳର ହରିସ ରାମ। ମୁନିଗୁଡା ପୋଲିସର ଏକ ଟିମ  ବିହାରରେ ପହଂଚି ଅଭିଯୁକ୍ତ ହରିସକୁ  ଗିରଫ କରି କୋର୍ଟ ଚାଲାଣ କରିଛି । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ବିଷମକଟକ ଏସ୍.ଡି.ପିଓ ସନ୍ତୋଷିନୀ ଓରାମ ।

Latest Posts

Don't Miss