କୃଷି ଆନ୍ଦୋଳନ, ୨୪୦୦ କୋଟିର କ୍ଷତି ସହିଛି ରେଳ ବିଭାଗ

ନୂଆଦିଲ୍ଲୀ: ବ୍ୟାପକ ହେଉଛି କୃଷକ ଆନ୍ଦୋଳନ । ପ୍ରତିବାଦ ଯୋଗୁଁ ଭାରତୀୟ ରେଳକୁ ପଡିଛି ବ୍ୟାପକ କ୍ଷତି । ପ୍ରାୟ ୨୪୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି । କୃଷକ ଆନ୍ଦୋଳନ ଯୋଗୁଁ ପଞ୍ଜାବର ସମେତ ତମାମ ରାଜ୍ୟରେ ପ୍ରଭାବିତ ହୋଇଛି ରେଳ ଚଳାଚଳ । ବର୍ତ୍ତମାନ ପଞ୍ଜାବର କେତେକ ସ୍ଥାନରେ ରେଳ ଚଳାଚଳ ସମ୍ଭବ ହୋଇପାରୁ ନଥିବା ମଧ୍ୟ କହିଛନ୍ତି ଉତ୍ତର ରେଳପଥର ମହାପ୍ରବନ୍ଧକ ଆଶୁତୋଷ ଗଙ୍ଗାଲ ।

ସେହିପରି ବର୍ତ୍ତମାନ ମଧ୍ୟ ବ୍ୟାସ ଓ ଅମୃତସର ମଧ୍ୟରେ ରେଳ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଏହି ବ୍ୟସ୍ତ ବହୁଳ ରୁଟ ବନ୍ଦ ଥିବାରୁ ତରନ ତାରନ ଜିଲ୍ଲା ଦେଇ ରେଳଚଳାଚଳ କରାଯାଉଛି । କିନ୍ତୁ ଏହି ବିକଳ୍ପ ରାସ୍ତାର କ୍ଷମତା କମ ଥିବାରୁ ତାହା ଚାହିଦା ମେଣ୍ଟାଇ ପାରୁନଥିବା କହିଛନ୍ତି ଅଧିକାରୀ । ବର୍ତ୍ତମାନ ରେଳ ବିଭାଗ ୨୪୦୦ କୋଟିର କ୍ଷତି ସହିଥିବାବେଳେ ଆଗକୁ ଆହୁରି କ୍ଷତି ହେବା ନେଇ ଅନୁମାନ କରାଯାଉଛି ।

Leave a Reply