spot_img

Latest Posts

ଆଜି କିଛି ସ୍ଥାନରେ ଛେଚିବ, କାଲି ଠୁ ବଦଳିବ ଉପକୂଳ ପାଗ

ଭୁବନେଶ୍ବର: ଆଜି ପଶ୍ଚିମ ଓଡ଼ିଶା ତଥା ପାର୍ଶ୍ଵବର୍ତ୍ତୀ ଜିଲ୍ଲାଗୁଡିକରେ ବିଭିନ୍ନ ଅଞ୍ଚଳରେ ବାଦଲ ଆଛାଦାନ ବୃଦ୍ଧିପାଇଥିବ ବେଳେ ପୂର୍ବାନୁମାନ ଅନୁଯାୟୀ ଆଗାମୀ ୩ ରୁ ୪ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦିନ ତାପମାତ୍ରାରେ ୪ ରୁ ୬ ଡ଼ିଗ୍ରୀ ଯାଏଁ ହ୍ରାସ ସମ୍ଭାବନା ରହିଛି  ।

ଆଗାମୀ ମଇ ୬ ରୁ ୮ ତାରିଖ ମଧ୍ୟରେ ଉତ୍ତର ଉପକୂଳ ଓଡିଶା-ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ପବନର ବେଗ ୪୦ ରୁ ୫୦ କିମି ବେଗରେ ରହିବାର ସମ୍ଭାବନା ଥିବାରୁ ସାମୁଦ୍ରିକ ସ୍ତିତି ଅଶାନ୍ତ ରୁ ଅତ୍ୟଧିକ ଅଶାନ୍ତ ରହିବାର ସମ୍ଭାବନା ରହିଛି  ।

ଏହି ସମ୍ଭାବ୍ୟ ପରିସ୍ଥିତି କୁ ନଜର ରେ ରଖି ୬ ରୁ ୮ ତାରିଖ ଯାଏଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟସ୍ଥ ଉତ୍ତର-ଉପକୂଳ ଓଡ଼ିଶାର ଆଖ ପାଖ ଅଞ୍ଚଳକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି  । ଆଜି ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ ହାଲୁକା ବର୍ଷାର ସମ୍ଭାବନା ଥିବାବେଳେ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଜିଲ୍ଲାର ଗୋଟେ ଦୁଇଟି ସ୍ଥାନରେ ବର୍ଷାର ପ୍ରକୋପ ଟିକେ ଅଧିକ ରହିପାରେ।

ଆସନ୍ତାକାଲି ଉପକୂଳବର୍ତୀ ଜିଲ୍ଲାମାନଙ୍କରେ ବର୍ଷାର ତୀବ୍ରତା ସାମାନ୍ୟ ଅଧିକ ରହିବାର ସମ୍ଭାବନା ରହିଛି।

Latest Posts

Don't Miss