ସିକିମରେ ବର୍ଷା ଓ ଭୂସ୍ଖଳନ, ୩ ମୃତ, ୯ ଯବାନ ନିଖୋଜ

ନନ୍ଦିଘୋଷ ବ୍ୟୁରୋ: ସିକିମରେ ବର୍ଷା ଓ ଭୂସ୍ଖଳନ ଯୋଗୁଁ ହାହାକାର ସ୍ଥିତି। ସିକିମ ଆର୍ମି କ୍ୟାମ୍ପରେ ଭୂସ୍ଖଳନ ଯୋଗୁଁ ୩ ଜଣଙ୍କର ମୃତ୍ୟୁ ଘଟିଛି। ୯ ଯବାନ ଏବେ ବି ନିଖୋଜ ଅଛନ୍ତି। ଉଦ୍ଧାର ପାଇଁ ଜୋରଦାର ସର୍ଚ୍ଚ ଅପରେସନ ଜାରି ରହିଛି। ଉତ୍ତର ସିକିମରେ ରବିବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଏହି ଭୂସ୍ଖଳନ ହୋଇଥିଲା। ତେବେ ମୃତକଙ୍କ ପରିଚୟ ମିଳିପାରିନାହିଁ। ସେପଟେ ଅବିଶ୍ରାନ୍ତ ବର୍ଷା, ଭୂସ୍ଖଳନ ଓ ଖରାପ ପାଗ ଯୋଗୁଁ ବିଭିନ୍ନ ସ୍ଥାନରେ ପ୍ରାୟ ୧୫ଶହରୁ ଅଧିକ ପର୍ଯ୍ୟଟକ ଫସି ରହିଛନ୍ତି। ଲାଚେନ ଓ ଲାଚୁଙ୍ଗ ଅଞ୍ଚଳରେ ଫସିରହିଛନ୍ତି ଏହି ପର୍ଯ୍ୟଟକ। ଭୂସ୍ଖଳନ ଯୋଗୁଁ ଉଭୟ ପଟରୁ ରାସ୍ତା ବନ୍ଦ ହୋଇଯାଇଛି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି।.. ସେପଟେ ଅରୁଣାଚଳ ପ୍ରଦେଶରୁ ୧୪ ଯୁବକଙ୍କୁ ଉଦ୍ଧାର କରିଛନ୍ତି ଭାରତୀୟ ବାୟୁସେନାର ଯବାନ। ହେଲିକପ୍ଟର ଯୋଗେ ସମସ୍ତ ଯୁବକଙ୍କୁ ଉଦ୍ଧାର କରାଯାଇଛି। ବୋମଜିର ନଦୀର ଜଳସ୍ତର ବଢିଥିବାବଳେ ଫସି ଯାଇଥିଲେ ୧୪ ଜଣ। ସେମାନଙ୍କୁ ବାୟୁସେନାର ହେଲିକପ୍ଟରରେ ଉଦ୍ଧାର କରାଯାଇଥିବା ଗୌହାଟି ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।…