ଏଥର ଭିଜା ଭିଜା ରଜ , କାଲିଠୁ ସପ୍ତାହେ ଧରି ଭିଜିବ ଓଡ଼ିଶା

ନନ୍ଦିଘୋଷ ବ୍ୟୁରୋ : ଏଥର ମେଘୁଆ ପାଗରେ ରଜ ଉତ୍ସବ ପାଳିବେ ରାଜ୍ୟବାସୀ । କାଲିଠୁ ସପ୍ତାହେ ଧରି ଭିଜିବ ଓଡ଼ିଶା । ପୁଣି ମୌସୁମୀ ସ୍ରକିୟ ହେବାନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର । କିଛିଦିନ ଖରା ଗରମ ତାତିରେ ଲୋକେ ହନ୍ତସନ୍ତ ହେଉଥିବା ବେଳେ ଏବେ ତ୍ରାହି ମିଳିବ । ରାଜ୍ୟର ବିଭିନ୍ନ ଜିଲ୍ଲା ମାନଙ୍କରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଆକଳନ କରାଯାଇଥିବା ବେଳେ ଆଗାମୀ ୨୪ ଘଣ୍ଟା ଯାଏଁ କିନ୍ତୁ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ଗୁଳୁଗୁଳି ରହିବ ।

ହେଲେ ୨୪ ଘଣ୍ଟା ପରେ ଗୁଳୁଗୁଳିରୁ ମିଳିବ ମୁକ୍ତି । ବର୍ଷା ନେଇ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଅନୁଗୁଳ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଓ ଯାଜପୁର, କେନ୍ଦ୍ରାପଡା, ଜଗତ୍ସିଂହପୁର, ଖୋର୍ଦ୍ଧା ସହିତ ଅନ୍ୟ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ବିଭାଗ  । ସେହି ସମୟରେ ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବା ସହିତ ବିଜୁଳି ଘଡଘଡି ଜନିତ ବର୍ଷା ହେବାର ସମ୍ଭାବନା ରହିଛି । ତେବେ କାଲି ପରଠୁ ରାଜ୍ୟରେ ପୁଣି ମୌସୁମି ସକ୍ରିୟ ହେବ ବୋଲି ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ  ।