ପଶ୍ଚିମା ପବନ ପ୍ରଭାବରେ ସାରା ରାଜ୍ୟରେ ବର୍ଷା, ୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର: ବଦଳୁଛି ପାଗ। ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ଏବଂ ପଶ୍ଚିମା ପବନ ପ୍ରଭାବରେ ସାରା ରାଜ୍ୟରେ ଲାଗିରହିଛି ବର୍ଷା। ଏଥିପାଇଁ ୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।

ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ, ବୌଦ୍ଧ, ସୋନପୁର ଦେବଗଡ଼ ଏବଂ କେନ୍ଦୁଝରରେ ବର୍ଷା ହେଉଛି । ଘଡ଼ଘଡ଼ି ସହ ବର୍ଷା ଓ କିଛି ସ୍ଥାନରେ କୁଆପଥର ପଡ଼ିବା ନେଇ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ହାଲୁକା ବର୍ଷା ହେବ। ଏହି ସମୟରେ ଭୁବନେଶ୍ୱରରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ହେଲେ ୬ ତାରିଖ ପରଠାରୁ ପୁଣି ଶୀତ ବଢ଼ିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।

Leave a Reply