ବାତ୍ୟା ୟାସ୍ ପ୍ରଭାବରେ ରାଜ୍ୟର ବିିଭିନ୍ନ ସ୍ଥାନରେ ବର୍ଷା: ୯ ଜିଲ୍ଲାରେ ଅତି ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର: ବଙ୍ଗୋପସାଗରରୁ ସ୍ଥଳଭାଗ ଆଡ଼କୁ ମାଡ଼ିଆସୁଛି ବାତ୍ୟା ୟାସ୍‌  ପାରାଦୀପଠୁ ୩୬୦ କିଲୋମିଟର ଦୂରରେ ଥିବା ବେଳେ, ବାଲେଶ୍ବରଠୁ ୪୬୦ ଦୀଘାଠୁ ୪୫୦ କିଲୋମିଟର ଦୂରରେ ରହିଛି ବାତ୍ୟା ୟାସ ତେବେ ଏହାରି ମଧ୍ୟରେ ବାତ୍ୟା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ପବନ ଆରମ୍ଭ ହେଲାଣି । ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ବର୍ଷାର ପରିମାଣ ବଢ଼ିପାରେ।  ଉପକୂଳ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।  ତେଣୁ ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର,ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ବାଲେଶ୍ୱର ଭଳି ୮ଟି ଜିଲ୍ଲା ପାଇଁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି ହୋଇଛି

ସେହିପରି  ଆଜିପାଇଁ ଗଞ୍ଜାମ, ଢେଙ୍କାନାଳ ମୟୂରଭଞ୍ଜ ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି ସେହିପରି ବାତ୍ୟା ଲ୍ୟାଣ୍ଡଫଲ୍ କରିବା ଦିନ ଅର୍ଥାତ ୨୬ ତାରିଖ ପାଇଁ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବା ୯ଟି ଜିଲ୍ଲାଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଢେଙ୍କାନାଳ ଏବଂ କେନ୍ଦୁଝର ପାଇଁ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି

ଏତଦ୍ ବ୍ୟତୀତ ପୁରୀ, ଖୋର୍ଦ୍ଧା, ଅନୁଗୁଳ, ଦେବଗଡ଼ ସୁନ୍ଦରଗଡ଼ ଭଳି ୫ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଦିଆଯାଇଛି।  ଏହିସବୁ ଜିଲ୍ଲାରେ ବର୍ଷା ପବନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିବାର ଆଶଙ୍କା ଥିବାରୁ ଲୋକଙ୍କୁ ସତର୍କ କରିବା ସହ ବାତ୍ୟା ସଂପୂର୍ଣ୍ଣ ନସରିବା ଯାଏଁ ଘରୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି ଏସ୍ଆରସି।

ଏଥିସହିତ ପଢ଼ନ୍ତୁ: ପାରାଦୀପଠାରୁ ୩୬୦ ଓ ବାଲେଶ୍ୱରଠାରୁ ୪୬୦ କିଲୋମିଟର ଦୂରରେ ରହିଛି ବାତ୍ୟା ୟାସ୍

Leave a Reply