ଛତିଶଗଡ଼ ରାଜଧାନୀ ରାୟପୁରରେ ଲାଗୁ ହେଲା ଲକଡାଉନ୍, ୯ରୁ ୧୯ ସବୁ କିଛି ବନ୍ଦ

1 min read
Raipur district is being declared a containment zone

ରାୟପୁର: ଫେରୁଛି କରୋନା, ବଢ଼ୁଛି ସଂକ୍ରମଣ ମାମଲା । ଦେଶରେ ମହାରାଷ୍ଟ୍ର, ପଞ୍ଜାବ ପରେ ଛତିଶଗଡ଼ରେ ସ୍ଥିତି ବେଶ୍ ଚିନ୍ତାଜନକ ରହିଛି । ବଢ଼ୁଥବା ସଂକ୍ରମଣ ମାମଲାକୁ ଦେଖି ଛତିଶଗଡ଼ ରାଜଧାନୀ ରାୟପୁରରେ ପୂର୍ଣ୍ଣ ଲକଡାଉନ୍ ଘୋଷଣା କରାଯାଇଛି । ଏପ୍ରିଲ୍ ୯ ତାରିଖରୁ ଏପ୍ରିଲ୍ ୧୯ ତାରିଖ ଯାଏ ଲକଡାଉନ୍ ଲାଗୁ କରାଯାଇଛି । ରାୟପୁର ଜିଲ୍ଲାରେ ଲକଡାଉନ୍ ଲାଗୁ କରାଯାଇଥିବା ନେଇ ସ୍ଥାନୀୟ ଜିଲ୍ଲାପାଳ ଭାରତୀ ଦସନ ସୂଚନା ଦେଇଛନ୍ତି ।

ଏପ୍ରିଲ୍ ୯ ତାରିଖ ସନ୍ଧ୍ୟା ୬ଟାରୁ ୧୯ ଏପ୍ରିଲ୍ ୧୯ ସକାଳ ୬ଟା ଯାଏ ପୂର୍ଣ୍ଣ ଲକଡାଉନ୍ ଲାଗୁ ହେବ । ୧୧ ଦିନିଆ ଲକଡାଉନ ସମୟରେ କେବଳ ଅତ୍ୟାବଶ୍ୟକୀୟ ସେବାକୁ ଅନୁମତି ଦିଆଯାଇଛି । ମଙ୍ଗଳବାର ରାଜ୍ୟରେ କରୋନାର ୯ ହଜାର ୯୨୧ ମାମଲା ଚିହ୍ନଟ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ କରୋନାର ୩ ଲକ୍ଷ ୮୬ ହଜାର ୨୬୯ଟି ମାମଲା ଚିହ୍ନଟ ହୋଇଥିବା ବେଳେ ୪ ହଜାର ୪୧୬ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ରାଜ୍ୟରେ ୫୨ ହଜାର ୪୪୫ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ।

ଏହା ପୂର୍ବରୁ ଗତ ଶୁକ୍ରବାର ଛତିଶଗଡ଼ର ଦୁର୍ଗରେ ସମ୍ପୂର୍ଣ୍ଣ ଲକଡାଉନ୍ ଲାଗୁ ହୋଇଛି । ଦୁର୍ଗ ଜିଲ୍ଲାରେ ଏପ୍ରିଲ ୬ରୁ ୧୪ ଏପ୍ରିଲ୍ ଯାଏ ଜିଲ୍ଲାପାଳ ଲକଡାଉନ୍ ଲାଗୁ କରିଛନ୍ତି । ବଢ଼ୁଥିବା କରୋନା ସଂକ୍ରମଣକୁ ଦେଖି ଏଭଳି ପଦକ୍ଷେପ ନିଆଯାଇଥିବା ବେଳେ କୋଭିଡ୍ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply