ପୁଣି ଗଭୀର କୂଅକୁ ଖସିପଡିଲା ଶିଶୁ, ଉଦ୍ଧାର ପାଇଁ ଚାଲିଛି ପ୍ରୟାସ

ଜୟପୁର: ୨୦୦ ଶହ ଫୁଟ ଗଭୀର କୂଅକୁ ଖସିପଡ଼ିଲା ୨ବର୍ଷର ଶିଶୁ କନ୍ୟା  । ପୁଣି ଏକ ଛାତିଥରା ଘଟଣା ଘଟିଛି  । ରାଜସ୍ଥାନରେ ଦେଖିବାକୁ ମିଳିଛି ଛତିଶଗଡ଼ର ଘଟଣା  । କୁନି ନିରୀହ ଛୁଆଟି ଖେଳୁଥିବା ବେଳେ ଗଭୀର କୂଅ ଭିତରକୁ ଗଳି ପଡିଛି  । ଗାତକୁ ଖସିଯିବା ପରେ କାନ୍ଦିବାକୁ ଲାଗିଥିଲା ଶିଶୁକନ୍ୟା  । ପିଲାଟିର କାନ୍ଦ ଶୁଣି ପରିବାର ଲୋକେ ଦେଖିବାକୁ ପାଇଥିଲେ ଯେ ଗଭୀର କୂଅ ଭିତରେ ଖସି ପଡିଛି ଅଙ୍କିତା ନାମ୍ନୀ ଶିଶୁ କନ୍ୟା  ।

ଏହାପରେ ସ୍ଥାନୀୟ ପ୍ରଶାସନକୁ ତୁରନ୍ତ ଖବର ଦେଇଥିଲେ ଗ୍ରାମବାସୀ  । ପ୍ରଶାସନ ମଧ୍ୟ ଯଥା ସମ୍ଭବ ସେଠାରେ ପହଁଛି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି  । ଝିଅଟିକୁ ଉଦ୍ଧାର କରିବା ପାଇଁ ପ୍ରଶାସନ ସମସ୍ତ ପ୍ରକାର କାର୍ଯ୍ୟ ଆରମ୍ଭ କରିଛି  । ରାଜ୍ୟ ପ୍ରଶମନ ବିଭାଗକୁ ସୂଚନା ଦେବା ସହ ଏକ ରେସ୍କ୍ୟୁ ଟିମକୁ ଡକାଇଛି  । ସେପଟେ କୂଅଟିର ଗଭୀର ୨ଶହ ଫୁଟ ରହିଥିବାବେଳେ ଶିଶୁ କନ୍ୟାଟି ୧୦୦ ଫୁଟରେ ଅଟକି ରହିଥିବା ଜାଣିବାକୁ ମିଳିଛି  ।

କୂଅ ଭିତରକୁ ସିସି କ୍ୟାମେରା ଛଡ଼ାଯିବା ସହ ପିଲାଟିର ଗତିବିଧି ଉପରେ ସମ୍ପୂର୍ଣ୍ଣ ନଜର ରଖାଯାଇଛି  । ସେହିପରି  କୂଅ ଭିତରକୁ ପାଇପ୍ ମାଧ୍ୟମରେ ଅକ୍ସିଜେନ ଛଡା ଯାଇଛି  । ଯେପରି ପିଲାଟିର ନିଶ୍ୱାସ ପ୍ରଶ୍ୱାସ ନେବାରେ କୌଣସି ଅସୁବିଧା ନଉପୁଜେ ତାହା ଉପରେ ପ୍ରାଧାନ୍ୟ ଦିଆଯାଇଛି  । ଘଟଣାସ୍ଥଳରେ ଜେସିବି ମେସିନ ସାମାନ୍ତରୋଳ ଭାବେ ଅନ୍ୟ ଏକ ଗାତ ଖୋଳିବା ଆରମ୍ଭ କରିଥିବାବେଳେ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ରହି ସମସ୍ତ ଦିଗକୁ ନଜର ରଖିଛନ୍ତି  ।