କୋଟାରେ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ବର ସମେତ ୯ଜଣଙ୍କ ମୃତ୍ୟୁ

ରାଜସ୍ଥାନ: କୋଟାରେ ଅଘଟଣ । ବାହାଘର ପାଇଁ ଯିବା ବେଳେ ବର କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ବର କାର୍‌ ଭାରସାମ୍ୟ ହରାଇ ନଦୀକୁ ଓଲଟି ପଡ଼ିବା ଯୋଗୁ ବର ସମେତ ୯ ଜଣଙ୍କ ମୃତ୍ୟୁ ହୋଇଛି । ଡ୍ରାଇଭର ରାସ୍ତା ଜାଣି ନପାରିବାରୁ ଚମ୍ବଲ ନଦୀ ଉପରେ ଥିବା ଏକ ଅଣ ଓସାରିଆ ପୋଲ ଉପରକୁ କାର୍‌ ଚଢ଼ି ଯିବା ପରେ ନଦୀକୁ ଖସି ପଡ଼ିଥିଲା । ଖବରପାଇ ପୋଲିସ ଓ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । କାର୍‌ ଭିତରୁ ୭ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ନଦୀରେ ଭାସୁଥିବା ଅନ୍ୟ ଦୁଇ ଜଣଙ୍କ ଶବ ଉଦ୍ଧାର କରାଯାଇଛି । ମୃତକଙ୍କ ମଧ୍ୟରେ ବର ସାମିଲ ଥିବା କୋଟା ପୋଲିସ ସୂଚନା ଦେଇଛି ।

ମିଳିଥିବା ସୂଚନା ମୁତାବକ ବିଳମ୍ୱିତ ରାତରେ ଘଟିଥିବା ଦୁର୍ଘଟଣା ସମ୍ପର୍କରେ କାହାକୁ କିଛି ଖବର ନଥିଲା । କିନ୍ତୁ କୌଣସି ବ୍ୟକ୍ତି ରାତିରେ ଏହି କାର୍‌କୁ ନଦୀରେ ପଡ଼ୁଥିବା ଦେଖିଥିଲେ । ଏହା ପରେ ପୋଲିସକୁ ସୂଚନା ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ  । ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । କୋଟା ପୋଲିସ ଏସପିଙ୍କ ସୂଚନା ମୁତାବକ ୯ଲୋକଙ୍କ ମୃତଦେହ ବାହାର କରାଯାଇଛି । ମୃତକଙ୍କୁ ଚିହ୍ନଟ କରାଯାଇଛି । କାରରେ ଥିବା ବର ଏବଂ ତାଙ୍କ ଭାଇଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ସବାଇ ମାଧୋପୁର, ଜୟପୁରର ବାସିନ୍ଦା ସାମିଲ ରହିଛନ୍ତି ।

କୋଟାରେ ହୋଇଥିବା ଭୟାବହ ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଗଭୀର ଦୁଃଖ ବ୍ୟକ୍ତ କରିଛନ୍ତି । ସେ ଟ୍ୱିଟ୍ କରି ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ନିଜ ସମବେଦନା ପ୍ରକଟ କରିଛନ୍ତି । ମୁଖ୍ୟମନ୍ତ୍ରୀ ଗେହଲଟ ନିଜ ଟ୍ୱିଟରେ ଲେଖିଛନ୍ତି ଯେ, କୋଟାରେ ବରଯାତ୍ରୀଙ୍କ କାର୍ ଚମ୍ୱଲ ନଦୀରେ ପଡ଼ିଯିବାରୁ ବର ସମେତ ୯ଜଣଙ୍କ ପ୍ରାଣହାନୀ ଘଟିଛି । ଯାହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ସେ କହିଛନ୍ତି ।

 

Leave a Reply