୩ ଦିନିଆ ଗୁରୁତ୍ୱପୂର୍ଣ୍ଣ ଲଦାଖ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ

1 min read
Rajnath Singh embarks on three-day visit to Ladakh

ନୂଆଦିଲ୍ଲୀ: ଲଦାଖ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଆଜିଠୁ ୩ ଦିନିଆ ଲଦାଖ ଗସ୍ତରେ ଯାଇଛନ୍ତି ରାଜନା । ସେ ସେନାର ସ୍ଥିତି ପରଖିବା ସହିତ ବିଭିନ୍ନ ସଡ଼କ, ବ୍ରିଜର ଉଦଘାଟନ କରିବେ । ରାଜନାଥଙ୍କ ସହିତ ସେନା ମୁଖ୍ୟ ଏମଏମ ନରଭଣେ ଲଦାଖ ଯାଇଛନ୍ତି । ଗତ କିଛି ମାସ ଧରି ସୀମାରେ ନିଜର ସ୍ଥିତି ମଜଭୁତ କରିବା ପ୍ରୟାସ କରି ଆସୁଛି ଭାରତ । ଏଣୁ ରାଜନାଥଙ୍କ ଗସ୍ତ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ସୀମାରେ ସଡ଼କ ଏବଂ ବ୍ରିଜ୍ ନିର୍ମାଣ କରାଯାଉଛି । ଏହା ଦ୍ୱାରା ସେନାର ଗତିବିଧି ବଢ଼ିବା ସହିତ ଦେଶର ସେନା ମଧ୍ୟ ଶକ୍ତିଶାଳୀ ହୋଇପାରିବ ।

ଗତ ସପ୍ତାହରେ ରାଜନାଥ ଆସାମ-ଅରୁଣାଚଳ ପ୍ରଦେଶ ଗସ୍ତ କରିବା ସହିତ ସେଠାରେ ବିଭିନ୍ନ ସଡ଼କ ଏବଂ ବ୍ରିଜର ଉଦଘାଟନ କରିଥିଲେ । ପୂର୍ବ ଲଦାଖ ଅଞ୍ଚଳରେ ସୀମା ବିବାଦକୁ ନେଇ ଭାରତ-ଚୀନ ଭିତରେ କଥା କଟାକଟି ଜାରି ରହିଛି । ଚୀନ ଓ ଭାରତୀୟ ସେନା ଅନେକ ଥର ମୁହାଁମୁହିଁ ମଧ୍ୟ ହୋଇସାରିଲେଣି । ଏପରି ସ୍ଥିତିରେ ରାଜନାଥ ସିଂହଙ୍କ ଏହି ଗସ୍ତ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।

Leave a Reply