spot_img

Latest Posts

ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକିୟା ଜାରି ; ମାର୍ଚ୍ଚ ୫ ଯାଏ ପ୍ରାର୍ଥିପତ୍ର ଭରିବେ ପ୍ରାର୍ଥୀ

ନନ୍ଦିଘୋଷ ବ୍ୟୁରୋ : ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକିୟା ଜାରି । ଓଡିଶାରେ ଖାଲିପଡିଥିବା ୪ଟି ଆସନ ଲାଗି ମାର୍ଚ୍ଚ ୫ ଯାଏ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଚାଲିବ। ମାର୍ଚ୍ଚ ୬ ରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ। ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ମାର୍ଚ୍ଚ ୯ ରହିଛି। ମାର୍ଚ୍ଚ ୧୬ରେ ନିର୍ବାଚନ ହେବ । ତେବେ ପ୍ରାର୍ଥୀ ଚୟନ ପାଇଁ କସରତ ଆରମ୍ଭ କରି ଦେଇଛନ୍ତି ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ । ବିଜେପି ସାଂସଦ ସୁଜିତ କୁମାର ଓ ମମତା ମହାନ୍ତ ଏବଂ ବିଜେଡ଼ି ସାଂସଦ ମୁଜିବୁଲ୍ଲା ଖାଁ ଓ ନିରଞ୍ଜନ ବିଶିଙ୍କ କାର୍ଯ୍ୟକାଳ ସରିଥିବାରୁ ନିର୍ବାଚନ ହେବ। ରାଜ୍ୟସଭା ନିର୍ବାଚନ ପାଇଁ ଫର୍ମ ନେଇଛି ବିଜେଡି । ପ୍ରାର୍ଥୀ ପାଇଁ ନବୀନ ପଟ୍ଟନାୟକ ହିଁ ନିଷ୍ପତ୍ତି ନେବେ ବୋଲି କହିଛି ବିଜେଡି  । ସେପଟେ ବିଜେପି କହିଛି,  ୫ ତାରିଖ ଆଗରୁ ଘୋଷଣା ହେବ ପ୍ରାର୍ଥୀ । ରାଜ୍ୟସଭା ପ୍ରାର୍ଥୀ ପାଇଁ କେନ୍ଦ୍ରୀୟ ପାର୍ଲିଆମେଣ୍ଟ ପାର୍ଟି ଶେଷ ନିଷ୍ପତ୍ତି ନେବ । ଏପ୍ରିଲ ମାସରେ ଓଡିଶାର ୪ଟି ଆସନ ଖାଲି ପଡୁଥିବାରୁ ୨ଟି ଆସନରେ ବିଜେପି ଓ ଗୋଟିଏ ଆସନ ବିଜେଡି ହାତେଇବା ନିଶ୍ଚିତ । ଚତୁର୍ଥ ଆସନ କାହାର ହେବ ସେଥିପାଇଁ ସସପେନ୍ସ ଜାରି ରହିଥିବାବେଳେ ବିଜେଡି କିଙ୍ଗ ମେକର ଭୂମିକା ନିଭାଇ ପାରେ । ପିସିସି ସଭାପତି କହିଛନ୍ତି, ୨୮ରେ କଂଗ୍ରେସ ରାଜ୍ୟସଭା ନିର୍ବାଚନ ନେଇ ଦିଲ୍ଲୀରେ ହାଇକମାଣ୍ଡଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବ । ମାର୍ଚ୍ଚ ୨୦ତାରିଖ ସୁଦ୍ଧା ସରିବ ରାଜ୍ୟସଭା ନିର୍ବାଚନ ପ୍ରକ୍ରିୟା ।

Latest Posts

Don't Miss