ମମତାଙ୍କ ଗଡ଼ରେ ଟିକାୟତ କରିବେ ପ୍ରଚାର, ଭାଙ୍ଗିପାରନ୍ତି ବିଜେପିର ଚାଷୀ ଭୋଟ

1 min read
Rakesh Tikayat

କୋଲକାତା: ବିଜେପିକୁ ମହଙ୍ଗା ପଡ଼ିପାରେ ଚାଷୀ ଆନ୍ଦୋଳନ । ପ୍ରାୟ ୪ ମାସ ଧରି ଚାଷୀଙ୍କ ଆନ୍ଦୋଳନ ଚାଲିଥିଲେ ବି କେନ୍ଦ୍ର ସରକାର ଏହାକୁ ଗୁରୁତ୍ୱ ଦେଉନାହାନ୍ତି । ୟୁପି, ପଞ୍ଜାବ ଓ ହରୟାଣାରେ ଚାଷୀ ଆନ୍ଦୋଳନ ଚାଲିଥିବା ବେଳେ ଏହାକୁ ସାରା ଦେଶରେ ପ୍ରସାରିତ କରିବାକୁ ଅଣ୍ଟା ଭିଡିଛନ୍ତି ଚାଷୀ ।

ଖରା, ବର୍ଷା, ଶୀତ ସହି ରାଜରାସ୍ତାରେ ଚାଷୀ ବସିଥିବା ବେଳେ କେନ୍ଦ୍ରର ବିଜେପି ନେତୃତ୍ୱାଧିନ ସରକାର ଭୃକ୍ଷେପ କରୁନାହାନ୍ତି । ଯାହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି । ଏହି ଅସନ୍ତୋଷ ଏବେ ଏମିତି ଏକ ସୋପାନରେ ପହଞ୍ଚିଛି ଯେ, ଚାଷୀ ନେତାମାନେ ଆଗକୁ ବିଜେପି ବିରୋଧରେ ପ୍ରଚାର କରିବାକୁ ଆରମ୍ଭ କରିବେ ବୋଲି ଚିନ୍ତା କଲେଣି । ଯେୁଁ ସବୁ ରାଜ୍ୟଗୁଡ଼ିକରେ ନିର୍ବାଚନ ହେବାକୁ ଯାଉଛି । ସେହି ରାଜ୍ୟରେ ପହଞ୍ଚି ଚାଷୀ ନେତାମାନେ ବିଜେପି ବିରୋଧରେ ପ୍ରଚାର କରିବେ । ଆଉ ସେଠାରେ ବିଶାଳ ରାଲି ଶକ୍ତି ପ୍ରଦର୍ଶନ କରିବେ । ଏନେଇ ଚାଷୀ ସଂଗଠନ ପକ୍ଷରୁ ନିଷ୍ପତ୍ତି ମଧ୍ୟ ନିଆଯାଇଛି ।

ଶନିବାରଠାରୁ ଚାଷୀ ନେତାଙ୍କ ଏଭଳି କାର୍ଯ୍ୟକ୍ରମ ପ୍ରଥମେ ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଛି । ବିଜେପି ବିରୋଧରେ ସଭା କରି ପ୍ରଚାର କରିବ ଚାଷୀ ସଂଗଠନ । ମିଳିତ କିଷାନ ମୋର୍ଚ୍ଚାର ନେତା ରାକେଶ ଟିକାୟତ ପଶ୍ଚିମବଙ୍ଗରେ ଚାଷୀଙ୍କ ସହ ବୈଠକ କରିବେ । ଏହାପରେ ରାଲି କରିବା ସହ ନନ୍ଦିଗ୍ରାମ ଓ କୋଲକାତାରେ ମହାପଞ୍ଚାୟତ ବସିବ ବୋଲି ସଂଗଠନ ନିଷ୍ପତି ନେଇଛି । MSP କୁ ନେଇ ଚାଷୀମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ନେଇ ମହାପଞ୍ଚାୟତରେ ଆଲୋଚନା ହେବ । ସେପଟେ ଆସନ୍ତା ୧୫ ତାରିଖରେ ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ପ୍ରତିବାଦରେ ଦେଶବ୍ୟାପୀ ରେଳରୋକ କରିବେ ବୋଲି ଯୋଜାନା ରହିଛି । ସେହିପରି କୃଷକ ସଂଗଠନ ପକ୍ଷରୁ ମାର୍ଚ୍ଚ ୨୬ରେ ଭାରତ ବନ୍ଦ ଡାକରା ଦିଆଯାଇଛି ।

Leave a Reply