ନିର୍ମାଣ ପରେ ଏଭଳି ଦେଖାଯିବ ଭବ୍ୟ ରାମ ମନ୍ଦିର, ଦେଖନ୍ତୁ

1 min read

ନୂଆଦୀଲ୍ଲି: ଦୀର୍ଘ ବର୍ଷର ଅପେକ୍ଷା ଏବେ ଶେଷ ହେବାକୁ ଯାଉଛି । ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଆସନ୍ତାକାଲି ହେବ ଭୂମି ପୂଜା । ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଗତକାଲିଠାରୁ ଆରମ୍ଭ ହୋଇଛି ଭୂମିପୂଜନ କାର୍ଯ୍ୟକ୍ରମ । ଯେତେବେଳେ ରାମମନ୍ଦିର ପାଇଁ ଅଗଷ୍ଟ ୫ରେ ପ୍ରଥମ ଇଟା ସ୍ଥାପନ କରାଯିବ ସେତେବେଳେ ରାମ ମନ୍ଦିରର ଅନ୍ଧାର ଇତିହାସର ଅନ୍ତ ଘଟିବ । ଅଯୋଧ୍ୟାରେ ଭୁମି ପୂଜନ ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଯାଇଛି । ରାମଙ୍କ ସହରକୁ ପୂଜାରେ ଅଂଶଗ୍ରହଣ କରିବା ପାଇଁ ଅତିଥିମାନଙ୍କ ଆଗମନ ମଧ୍ୟ ଆରମ୍ଭ ହୋଇଛି । ତେବେ ଭୂମି ପୂଜନକୁ ଆଉ ମାତ୍ର କେଇ ଘଣ୍ଟା ବାକି ଥିବା ବେବେ ମନ୍ଦିରର ଟ୍ରଷ୍ଟ ମନ୍ଦିର ପାଇଁ ପ୍ରସ୍ତାବିତ ଢ଼ାଞ୍ଚା ପ୍ରକାଶ କରିଛି । ବର୍ତ୍ତମାନ ପୁରୁଣା ଡିଜାଇନରେ କିଛି ପରିବର୍ତ୍ତନ କରାଯାଇଛି । ମନ୍ଦିରର ନୂତନ ମଡେଲରେ ଉଚ୍ଚତା, ଆକାର, କ୍ଷେତ୍ର ଏବଂ ମୌଳିକ ଗଠନରେ ମଧ୍ୟ ଅନେକ ପରିବର୍ତ୍ତନ ଆସିଛି ।

 

ସାଢ଼େ ତିନି ବର୍ଷ ମଧ୍ୟରେ ତିଆରି ହେବ ମନ୍ଦିର

ମନ୍ଦିରକୁ ନିର୍ମାଣ କରୁଥିବା ଆର୍କିଟେକ୍‌ଚର ପ୍ରକଳ୍ପ ଅନୁଯାୟୀ, ମନ୍ଦିର ପ୍ରସ୍ତୁତ ହେବାକୁ ସାଢ଼େ ତିନି ବର୍ଷ ଲାଗିବ । ଏହି ମନ୍ଦିର ତିନି ମହଲା ବିଶିଷ୍ଟ ହେବ ଏବଂ ନିର୍ମାଣ କାର୍ଯ୍ୟରେ ବାସ୍ତୁ ଶାସ୍ତ୍ର ଉପରେ ପୁରା ଗୁରୁତ୍ୱ ଦିଆଯାଇଛି ।

 

୫ଗମ୍ବୁଜ ଏବଂ ୧୬୧ ଫୁଟ ଉଚ୍ଚତା

ମନ୍ଦିର ଶିଖରର ଉଚ୍ଚତା ୧୬୧ ଫୁଟକୁ ବୃଦ୍ଧି କରାଯାଇଛି । ପୂର୍ବ ତୁଳନାରେ ଏହାର ଉଚ୍ଚତା ଅଧିକ କରାଯାଇଛି । ଏହା ସହିତ ଗମ୍ବୁଜ ସଂଖ୍ୟା ତିନିରୁ ପାଞ୍ଚକୁ ବୃଦ୍ଧି କରାଯାଇଛି । ମନ୍ଦିର ଭୂମିର ଆକାର ମଧ୍ୟ ବୃଦ୍ଧି କରାଯାଇଛି ।

 

ମନ୍ଦିର ଲମ୍ବରେ ୩୩ ଫୁଟ ବଢ଼ାଯାଇଛି

ରାମ ମନ୍ଦିରର ଉଚ୍ଚତା ୩୩ ଫୁଟକୁ ବୃଦ୍ଧି କରାଯାଇଛି । ଏହି କାରଣରୁ, ଅନ୍ୟ ଏକ ମହଲାକୁ ବୃଦ୍ଧି କରାଯାଇଛି । ମନ୍ଦିରର ପୁରୁଣା ମଡେଲ ଅନୁଯାୟୀ ମନ୍ଦିରର ଲମ୍ବ ୨୬୮ ଫୁଟ ୫ ଇଞ୍ଚ ଥିଲା । ଏହାକୁ ୨୮୦-୩୦୦ ଫୁଟକୁ ବୃଦ୍ଧି କରାଯାଇପାରିବ ।

ଗର୍ଭଗୃହର ଉପରି ଭାଗରେ ରହିବ ମନ୍ଦିରର ଉପରିଭାଗ

ରାମଲଲାଙ୍କର ମନ୍ଦିରର ଗର୍ଭଗୃହ ଉପରେ ରହିବ ମନ୍ଦିରର ଉପରିଭାଗ । ଏହି ମନ୍ଦିରରେ ପାଞ୍ଚଟି ଗମ୍ବୁଜ ରହିବ । ପୂର୍ବ ମନ୍ଦିର ମଡେଲରେ କେବଳ ଦୁଇଟି ଗମ୍ବୁଜ ଥିଲା । କିନ୍ତୁ ନୂତନ ମଡେଲରେ ମନ୍ଦିରର ମହାନତା ବୃଦ୍ଧି ପାଇଁ ଏହାକୁ ୫କୁ ବୃଦ୍ଧି କରାଯାଇଛି ।

ଗମ୍ବୁଜ ତଳେ ହେବ ଭକ୍ତଙ୍କ ବ୍ୟବସ୍ଥା

ରାମ ମନ୍ଦିରର ପାଞ୍ଚଟି ଗମ୍ବୁଜର ତଳ ଭାଗରେ ଚାରି ଭାଗ ରହିବ । ଏହା ସିଂହ ଦ୍ୱାର, ନୃତ୍ୟ ମଣ୍ଡପ, ରଙ୍ଗମଣ୍ଡପରେ ତିଆରି ହେବ । ଭକ୍ତମାନଙ୍କ ପାଖରେ ବସି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ପାଇଁ ସ୍ଥାନ ରହିବ ।

ମନ୍ଦିରର ମହାନତା ଗମ୍ବୁଜ

ତିଆରି ହେବାକୁ ଥିବା ଗମ୍ବୁଜର ମହାନତା ରାମ ମନ୍ଦିରର ପ୍ରସ୍ତାବିତ ମଡେଲରେ ଜଳ ଜଳ ହୋଇ ଦେଖାଯାଉଛି ।

ଦିଲ୍ଲୀ କମ୍ପାନୀ ପଥରକୁ କରୁଛି ଉଜ୍ଜ୍ୱଳ

ମନ୍ଦିରର ମହାନତା ବୃଦ୍ଧି ପାଇଁ ଏହାର ଭୂମି କ୍ଷେତ୍ର ମଧ୍ୟ ବୃଦ୍ଧି କରାଯାଇଛି । ମନ୍ଦିରରେ ଥିବା ପଥରଗୁଡ଼ିକ ରାମ ମନ୍ଦିର କର୍ମଶାଳାରେ ରଖାଯାଇଥିବା ପଥର ସହିତ ସମାନ ହେବ । ଦିଲ୍ଲୀର କମ୍ପାନୀ ଏହି ପଥର ସଫା କରିବା କାମ କରୁଛି ।

୨୦-୨୫ ଫୁଟ ଭିତ୍ତିଭୂମି ଖନନ

ମୃତ୍ତିକା ପରୀକ୍ଷା ରିପୋର୍ଟକୁ ଆଧାର କରି ମନ୍ଦିରର ଭିତ୍ତିପ୍ରସ୍ତର ଖନନ କରାଯିବ । ଏହା ୨୦ ରୁ ୨୫ ଫୁଟ ଗଭୀର ହୋଇପାରେ । ପ୍ଲାଟଫର୍ମ କେତେ ଉଚ୍ଚ ହେବ ସେନେଇ ରାମ ମନ୍ଦିର ଟ୍ରଷ୍ଟ ନିଷ୍ପତ୍ତି ନେବ । ବର୍ତ୍ତମାନ ୧୨ ଫୁଟରୁ ୧୪ ଫୁଟ ପର୍ଯ୍ୟନ୍ତ ଉଚ୍ଚତା ବିଷୟରେ ଆଲୋଚନା ହେଉଛି ।

ମନ୍ଦିରରେ ହେବ ୩ଶହରୁ ଅଧିକ ସ୍ତମ୍ଭ

ରାମ ମନ୍ଦିରର ନୂତନ ମଡେଲ ଅନୁଯାୟୀ, ସମଗ୍ର ମନ୍ଦିରରେ ସମୁଦାୟ ୩୧୮ ସ୍ତମ୍ଭ ରହିବ । ମନ୍ଦିରର ପ୍ରତ୍ୟେକ ମହଲାରେ ୧୦୬ ସ୍ତମ୍ଭ ନିର୍ମାଣ ହେବ ।

ଶିଳ୍ପ ଶାସ୍ତ୍ର ଗଣନା ସହିତ ମନ୍ଦିର ନିର୍ମାଣ ହେବ

ରାମ ମନ୍ଦିରର ଡିଜାଇନ୍ ନାଗର ଶୈଳୀରେ ହୋଇଛି । ଶିଳ୍ପ ଶାସ୍ତ୍ରକୁ ଧ୍ୟାନରେ ରଖି ଏହାକୁ ପରିକଳ୍ପନା କରାଯାଇଛି । ପ୍ରତ୍ୟେକ ଗଣନା ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ରିପୋର୍ଟ କରାଯାଇଥିଲା ।

Leave a Reply