ଶିଶୁ ସାହିତ୍ୟିକ ଡ. ରାମଚନ୍ଦ୍ର ନାୟକଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀର ବାଲ୍ ସାହିତ୍ୟ ପୁରସ୍କାର

Ramachandra Nayak’s ‘Book Bana Deula Re Suna Neula’ Selected For Sahitya Akademi Bal Sahitya Puraskar

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍ ଅତାସାହି ଗାଁର ଶିଶୁ ସାହିତ୍ୟିକ ଡ. ରାମଚନ୍ଦ୍ର ନାୟକଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର । ଚଳିତ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀର ବାଲ୍ ସାହିତ୍ୟ ପୁରସ୍କାର ତାଲିକା ପ୍ରକାଶ ପାଇଛି । ଓଡ଼ିଶାରୁ ମନୋନୀତ ହୋଇଛନ୍ତି କେନ୍ଦୁଝରର ଶିଶୁ ସାହିତ୍ୟିକ ଡ. ରାମଚନ୍ଦ୍ର ନାୟକ । ରାମଚନ୍ଦ୍ରଙ୍କ ରଚିତ ଶିଶୁ ଗଳ୍ପ ପୁସ୍ତକ ‘ବଣ ଦେଉଳରେ ସୁନା ନେଉଳ’ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ ।

Ramachandra Nayak’s ‘Book Bana Deula Re Suna Neula’ Selected For Sahitya Akademi Bal Sahitya Puraskar

ଡ. ରାମଚନ୍ଦ୍ର ନାୟକ ପୂର୍ବରୁ ନିଜ ଶିଶୁ ସାହିତ୍ଯ ରଚନା ପାଇଁ ରାଜ୍ଯର ବିଭନ୍ନ ଅନୁଷ୍ଠାନ ତରଫରୁ ପୁରସ୍କୃତ ହୋଇଛନ୍ତି । ସେ ୨୦୧୩ରେ ପ୍ରଜାତନ୍ତ୍ର ବିଶୁବ ମିଳନ ମୀନା ବଜାର ପୁରସ୍କାର, ୨୦୧୬ରେ ଓଡ଼ିଶା ଶିଶୁ ସାହିତ୍ଯ ସମିତ ପୁରସ୍କାର, ୨୦୧୮ରେ ଶ୍ରୀକ୍ଷେତ୍ର ଶିଶୁ ସାହିତ୍ଯ ସମ୍ନାନ ଓ ଉତ୍ତର ଓଡ଼ିଶା ବିଶ୍ବବିଦ୍ଯାଳୟ ଭୂମିପୁତ୍ର ସମ୍ନାନ ପାଇଛନ୍ତି । ପିଲାବେଳୁ ସାହିତ୍ଯରେ ରୁଚି ରଖିଥିବା ଶ୍ରୀ ନାୟକ ପେଷାରେ ଜଣେ ହାଇସ୍କୁଲ  ଶିକ୍ଷକ ।

Ramachandra Nayak’s ‘Book Bana Deula Re Suna Neula’ Selected For Sahitya Akademi Bal Sahitya Puraskar

୧୯୯୫ରେ ସେ ଶିକ୍ଷା କ୍ଷେତ୍ରରେ ରାଜ୍ଯପାଳ ପୁରସ୍କାର ମଧ୍ଯ ପାଇଛନ୍ତି । ଜଗମୋହନ ରାମାୟଣରେ ରାଜଧର୍ମ ଶୀର୍ଷକରେ ୧୯୮୫ ମସିହାରେ ସେ ଉତ୍କଳ ବିଶ୍ୱବିଦ୍ଯାଳୟରୁ ସଫଳତାର ସହ ଡକ୍ଟରେଟ୍ ପାଇଥିଲେ । ତାଙ୍କର ଏହି ସଫଳତାକୁ ନେଇ ସାରା ଅଞ୍ଚଳର ବିଭିନ୍ନ ବର୍ଗର ଲୋକେ ଖୁସିବ୍ଯକ୍ତ କରିଛନ୍ତି । ଏହି ସଫଳତାକୁ ରାମଚନ୍ଦ୍ର ଓଡ଼ିଶାର ଶିଶୁମାନଙ୍କ ଉଦେଶ୍ୟରେ ଉତ୍ସର୍ଗୀକୃତ କରିଥିବା କହିଛନ୍ତି ।

Leave a Reply