ଦ୍ବିତୀୟଥର ପାଇଁ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେଲେ ରମେଶ ବେହେରା

ନନ୍ଦିଘୋଷ ବ୍ୟୁରୋ: ନୟାଗଡ଼ ଜିଲ୍ଲାର ଦଶପଲ୍ଲା ନିର୍ବାଚନ ମଣ୍ଡଳୀରୁ ଦ୍ବିତୀୟ ଥର ଲାଗି ବିଜେଡିରୁ ଟିକେଟ ପାଇଛନ୍ତି ରମେଶ ବେହେରା । ଦଳର ସୁପ୍ରିମୋ ତାଙ୍କ ଉପରେ ଭରସା କରି ପୁଣିଥରେ ଟିକେଟ୍ ଦେଇଛନ୍ତି । ୨୦୦୯ ମସିହାରୁ ଏହି ଆସନ ବିଜେଡି ହାତରେ ରହିଛି । ତେବେ ୨୦୦୯ ମସିହାରେ କାଶୀନାଥ ମଲ୍ଲିକ, ୨୦୧୪ରେ ପୂର୍ଣ୍ଣଚନ୍ଦ୍ର ନାୟକ ଏବଂ ୨୦୧୯ରେ ରମେଶ ବେହେରାଙ୍କୁ ଟିକେଟ ଦେଇଥିଲା ଦଳ । ଦୁଇଟି ଟର୍ମ ଏଠାରେ ବିଜେଡି ପ୍ରାର୍ଥୀ ପରିବର୍ତ୍ତନ କରିଥିବାବେଳେ ପ୍ରଥମଥର ଲାଗି ଦ୍ବିତୀୟଥର ରମେଶ ବେହେରାଙ୍କୁ ପ୍ରାର୍ଥୀ କରିଛି । ଏଠାରେ ଶ୍ରୀହରି ନାୟକ ଏବଂ ରବିନ୍ଦ୍ର ସେଠୀ ବିଜେଡିରୁ ଟିକେଟ ଆଶାୟୀ ଥିଲେ । ମାତ୍ର ରମେଶଙ୍କ ଉପରେ ଭରସା କରି ପୁଣିଥରେ ଟିକେଟ ଦେଇଛନ୍ତି ଦଳର ସୁପ୍ରିମୋ । ନୟାଗଡ଼ ଜିଲ୍ଲା ବିଜେଡି ସଭାପତିଭାବେ ସଂଗଠନକୁ ଦୃଢ଼ କରିଥିଲେ ରମେଶ । ନିର୍ମଳ ଭାବମୂର୍ତ୍ତି ଥିବା ରମେଶ ବେହେରାଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଦବଦବା ରହିଥିବାବେଳେ ହଜାର ହଜାର ସମର୍ଥକ ମଧ୍ୟ ରହିଛନ୍ତି । ୨୦୧୯ ନିର୍ବାଚନରେ ବିଜେପି ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ନାଏକଙ୍କ ହରାଇଥିଲେ ରମେଶ ବେହେରା ।