ନନ୍ଦିଘୋଷ ବ୍ୟୁରୋ : କଥାରେ ଅଛି- ରଖେ ହରି ତ ମାରେ କିଏ ? ଏମିତି କିଛି ଘଟିଛି ନେପାଳ ବନ୍ୟା ବିଭୀଷିକାରରୁ ବର୍ତ୍ତିଥିବା ରମେଶଙ୍କ ସାଙ୍ଗରେ। ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ନାଲଗୁଣ୍ଡାର ରମେଶ ଦାସ ନେପାଳରୁ ଫେରି ବିଭୀଷିକାର କରୁଣ କାହାଣୀ ବଖାଣିଛନ୍ତି । ଗତ ୨୧ ତାରିଖ ଦିନ କିଛି ପର୍ଯ୍ୟଟକଙ୍କ ସହ ନେପାଳ ବୁଲିବାକୁ ଯାଇଥିଲେ । ୨୬ ତାରିଖ ଦିନ ନେପାଳରେ ଘଟିଥିଲା ଭୟଙ୍କର ବନ୍ୟା ବିଭୀଷିକା । ଦୁର୍ଘଟଣା ସ୍ଥଳରୁ ପର୍ଯ୍ୟଟକ ମାନଙ୍କ ସହ ରମେଶ ୩୦ କିମି ଦୂରରେ ଥିଲେ ବି ଖୁବ କମ ସମୟ ମଧ୍ୟରେ ପାଣି ପହଞ୍ଚି ଯାଇଥିଲା । ଘରେ ପହଞ୍ଚି ଆଖି ଆଗରେ ବିଭୀଷିକାର କରୁଣ କାହାଣୀ ବଖାଣିଛନ୍ତି ରମେଶ । ଗତକାଲି ଘରକୁ ଫେଇବା ପରେ ଭଦ୍ରକ ରେଳ ଷ୍ଟେସନରେ ପହଞ୍ଚିବା ପରେ ସାନ ଭାଇକୁ ଦେଖି ଆତ୍ମ ବିଭୋର ହୋଇ କାନ୍ଦି ପକାଇଥିଲେ । ଘରେ ପହଞ୍ଚିବା ପରେ ପରିବାର ଓ ଗ୍ରାମବାସୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି.. ।

