ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ କରୋନା ମାର୍ଗଦର୍ଶିକା, ଥର୍ମାଲ ସ୍କାନିଂ ଏବଂ ରାଣ୍ଡମ ଟେଷ୍ଟିଂ ହେବ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ କୋଭିଡ ମାର୍ଗଦର୍ଶିକା ଜାରି କରାଯାଇଛି । ମାର୍ଗଦର୍ଶିକା ଅନୁସାରେ ବିଦେଶରୁ ଆସୁଥିବା ଯାତ୍ରୀଙ୍କୁ ବିମାନବନ୍ଦରରରେ ପ୍ରଥମେ ଥର୍ମାଲ ସ୍କାନିଂ, ରାଣ୍ଡମ ଟେଷ୍ଟିଂ କରାଇବାକୁ ପଡ଼ିବ । ଏହାପରେ ଯଦି କରୋନାର ଲକ୍ଷଣ ଦେଖାଯାଏ ତେବେ ଆଇସୋଲେଟ ହେବାକୁ ପଡ଼ିବ । ଦ୍ରୁତ ଗତିରେ ବ୍ୟାପୁଥିବା କରୋନାର ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିରେ କୁହାଯାଇଛି ଯେ, ବିମାନ ବନ୍ଦରରେ ସେହି ସନ୍ଦିଗ୍ଧ ଯାତ୍ରୀଙ୍କ କରୋନା ପରୀକ୍ଷା କରାଯିବ, ଯେଉଁମାନଙ୍କଠାରେ କୌଣସି ଲକ୍ଷଣ ଦେଖାଯିବ ।

ଏହା ବ୍ୟତୀତ ମୋଟ ଯାତ୍ରୀମାନଙ୍କ ମଧ୍ୟରୁ ପ୍ରାୟ ୨ ପ୍ରତିଶତ ଯାତ୍ରୀଙ୍କ ରାଣ୍ଡମ ଟେଷ୍ଟ ମଧ୍ୟ କରାଯିବ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଏହି ସମ୍ବନ୍ଧରେ ପତ୍ର ଲେଖିଛି । ଏକ ଅଫିସିଆଲ ପତ୍ରରେ କୁହାଯାଇଛି ଯେ, ପ୍ରତ୍ୟେକ ଉଡ଼ାଣରେ ମୋଟ ଯାତ୍ରୀଙ୍କ ଦୁଇ ପ୍ରତିଶତ ପର୍ଯ୍ୟନ୍ତ ଯାତ୍ରୀଙ୍କୁ ବିମାନ ବନ୍ଦରରେ ରାଣ୍ଡମ ପରୀକ୍ଷଣ ଦେଇ ଯିବାକୁ ପଡ଼ିବ ।

ପ୍ରତ୍ୟେକ ଉଡ଼ାଣରେ ଏପରି ଯାତ୍ରୀଙ୍କ ଚୟନ ସମ୍ବନ୍ଧିତ ଏୟାରଲାଇନ୍ସ ଦ୍ୱାରା କରାଯିବ । ଆଡଭାଇଜରୀ ଅନୁସାରେ, ଅନ୍ତର୍ଜାତୀୟ ଯାତ୍ରୀଙ୍କୁ ବିମାନବନ୍ଦରରେ ସୋସିଆଲ ଡିଷ୍ଟାନ୍ସିଂର ପାଳନ କରିବାକୁ ହେବ । ଯେତବେଳେ ସେମାନେ ବିମାନବନ୍ଦରରେ ଭିତରକୁ ପ୍ରବେଶ କରିବେ ତେବେ ତାଙ୍କର ହେଲ୍ଥ ଅଫିସର ସ୍କ୍ରିନଂ କରିବେ । ଯଦି ଏହି ଅବସରରେ ଲକ୍ଷଣ ମିଳେ ତେବେ ତାଙ୍କୁ ଟେଷ୍ଟ ଏବଂ ଟ୍ରିଟମେଣ୍ଟ ଦିଆଯିବ । ଏପରି ଯାତ୍ରୀଙ୍କୁ ସଂଗରୋଧ ମଧ୍ୟ କରାଯିବ । ତେବେ ଏହି ନୂଆ ମାର୍ଗଦର୍ଶିକା ଆସନ୍ତା ୨୪ ତାରିଖରୁ ଲାଗୁ ହେବ ।