ଲୋକଙ୍କୁ ଭୂଆଁ ବୁଲାଇବା ପଡିଲା ମହଙ୍ଗା , ୧୦ ଲକ୍ଷ ଟଙ୍କା ଫାଇନ୍ ଗଣିବ ରାପିଡୋ କମ୍ପାନୀ

ନନ୍ଦିଘୋଷ ବ୍ୟୁରୋ : ଲୋକଙ୍କୁ ଭୂଆଁ ବୁଲାଇବା ପଡିଲା ମହଙ୍ଗା , ୧୦ ଲକ୍ଷ ଟଙ୍କା ଫାଇନ୍ ଗଣିବ ରାପିଡୋ କମ୍ପାନୀ, ଲୋକଙ୍କ ପଇସା ବି ଫେରାଇବ ।  ବିଭ୍ରାନ୍ତିକର ଓ ଅନୁଚିତ୍ ବିଜ୍ଞାପନ ପାଇଁ ‌ଏହି ଫାଇନ୍ ପଡିଛି ରାପିଡୋ ଉପରେ । ଯଦି ଆପଣ ବି ଯିବାଆସିବା ପାଇଁ ରାପିଡୋ ବୁକ୍ କରୁଛନ୍ତି, ତାହେଲେ ଜାଣିରଖନ୍ତୁ ଏ ଖବର ।

ଗ୍ୟାରେଣ୍ଟେଡ୍ ଅଟୋ , ଅଟୋ ଇନ ୫ ମିନିଟ୍ ଅର୍ ଗେଟ୍ ରୁପିଜ ୫୦ ଭଳି ବିଭ୍ରାନ୍ତିକାରୀ ବିଜ୍ଞାପନ ଚଲାଇଥିଲା ରାପିଡୋ । ଏହାର ଅର୍ଥ ୫ ମିନିଟ୍‌ରେ ଅଟୋ ପହଞ୍ଚିବ ନହେଲେ ୫୦ ଟଙ୍କା ଫେରସ୍ତ କରିବାର ପ୍ରତିଶ୍ରୁତି ଦେଇଥିଲା ରାପିଡୋ । ଉପଭୋକ୍ତାଙ୍କୁ ଏପରି ମିଛ ପ୍ରତିଶ୍ରୁତି ଦେଇ ବୋକା ବନାଇଥିଲା ରାପିଡୋ । ଏହି ବିଜ୍ଞାପନ ସମ୍ପୂର୍ଣ୍ଣ ବିଭ୍ରାନ୍ତକାରୀ ଥିଲା ବୋଲି କହିଛି CCPA ।

ତେଣୁ ରାପିଡୋ ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛି ସେଣ୍ଟ୍ରାଲ କଞ୍ଜୁମର ପ୍ରୋଟେକ୍ସନ ଅଥରିଟି । ଏହାସହ ଯେଉଁ ଉପଭୋକ୍ତା ୫୦ ଟଙ୍କା ପାଇବାକୁ ଯୋଗ୍ୟ, ତାଙ୍କୁ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେଇଛି ।