ଅପହରଣ ପରେ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ନନ୍ଦିଘୋଷ ବ୍ୟୁରୋ: ଅପହରଣ ପରେ କାରରେ ନାବାଳିକାକୁ ସାରାରାତି ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ । କୋରାପୁଟ ସହରରେ ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରିଥିଲା ଅଭିଯୁକ୍ତ । କାର ମଧ୍ୟରେ ସାରାରାତି ଦୁଷ୍କର୍ମ ଅଭିଯୋଗରେ ସୁଶୀଲ ହରିଜନ ନାମକ ଯୁବକକୁ ଗିରଫ କରିଛି ପୋଲିସ । କୋରାପୁଟ ଟାଉନ ଥାନା ପୁଲିସ ସୁଶୀଲକୁ ଗିରଫ କରି କୋର୍ଟ ଚଲାଣ କରିଛି । ସୁଶୀଲ ହରିଜନ ଗତ ୨୬ ତାରିଖ ରାତିରେ ନାବଳିକାଙ୍କୁ କାରରେ ଅପହରଣ କରି ଦୁଷ୍କର୍ମ କରିଥିଲା । ପରେ ସକାଳୁ ଛାଡି ଦେଇଥିଲା । ପୀଡିତା ଘରକୁ ଫେରି ପରିବାର ଲୋକଙ୍କୁ ଜଣାଇବା ପରେ ୨୭ ତାରିଖରେ ପରିବାର ପକ୍ଷରୁ ଟାଉନ ଥାନାରେ ଅଭିଯୋଗକରି ହୋଇଥିଲା । ଅଭିଯୋଗ ପାଇବା ପରେ ଥାନା ଅଧିକାରୀ ମାମଲା ରଜୁକରି ଅଭିଯୁକ୍ତ ସୁଶୀଲକୁ ଗିରଫ କରିବା ସହ କାରକୁ ଜବତ କରିଛନ୍ତି ।