ଗତ ୧୪ ଦିନ ମଧ୍ୟରେ ଦେଶର ୮୫ ଜିଲ୍ଲାରୁ ଆସିନି କରୋନା ମାମଲା

1 min read

ଭୁବନେଶ୍ୱର: କରୋନାକୁ ଲୁଚାଇଲେ ଡରାଇବ । ଅଦୃଶ୍ୟ ମହାମାରୀର ମୁକାବିଲା ପାଇଁ ସଭିଏଁ ଆଗେଇ ଆସିବା ଦରକାର । ସାରା ସମାଜ ଲଢୁଛି କରୋନା ଲଢେଇ, ଏହାରି ମଧ୍ୟରେ ଦେଶରେ ଆରୋଗ୍ୟ ହାର ୨୨.୧୭ ପ୍ରତିଶତକୁ ବୃଦ୍ଧି ପାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ର।ଳୟ ପକ୍ଷରୁ କୁହାଯାଇଛି । ଗତ ୧୪ ଦିନରେ ୮୫ ଜିଲ୍ଲାରୁ ଆସିନି କୈାଣସି କରୋନା କେସ ।

ଗାଁରେ ଧୀରେ ଧୀରେ କାମ ଆରମ୍ଭ ହୋଇଛି । ମନରେଗା ଯୋଜନାରେ ୨ କୋଟି ଲୋକେ କାମ କରୁଥିବା ସରକାର ସୂଚନା ଦେଇଛନ୍ତି । ସାରା ସମାଜ ଲଢୁଛି କରୋନା ଲଢେଇ । କରୋନାକୁ ଲୁଚାଇଲେ ଏହା ଡରାଇବ, କରୋନାକୁ ନେଇ ଦୂର ହେଉ କୁସଂସ୍କାର । ଦେଶରେ ବଢୁଛି ଆରୋଗ୍ୟ ହାର ।

କରୋନାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ର।ଳୟ ପକ୍ଷରୁ ଆଜି ଯେଉଁ ରିପୋର୍ଟ ଆସିଛି, ତାହା କିଛି ମାତ୍ରାରେ ଦେଶବାସୀଙ୍କୁ ଆଶ୍ୱସ୍ତ କରିଛି । ଦେଶରେ ବଢୁଛି ଆରୋଗ୍ୟଙ୍କ ସଂଖ୍ୟା । ଆରୋଗ୍ୟ ହାର 22.17 ପ୍ରତିଶତକୁ ବୃଦ୍ଧି ପାଇଛି । ଗତ ୧୪ ଦିନରେ ୮୫ ଜିଲ୍ଲାରୁ ଆସିନି କୈାଣସି କରୋନା କେସ । ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୨୭, ୮୯୨ ରହିଛି  । ୮୭୨ ଜଣକ ମୃତ୍ୟୁ ହୋଇଛି ।

ଏ ଯାଏଁ ମୋଟ ୬, ୧୮୪ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ଏବେ ୨୦,୮୩୫ଟି ଆକ୍ଟିଭ୍ କେସ ରହିଛି । ୨୪ ଘଣ୍ଟାରେ ୧୩୯୬ଟି ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୩୮୧ଜଣ ସୁସ୍ଥ ହୋଇ ଥିବା କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ର।ଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ । ପ୍ଲାଜମା ଥେରାପି ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ କରୋନା ଟେଷ୍ଟକୁ ବ୍ୟାପକ କରିବାକୁ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଛି  ।

ମେ ନିର୍ଣ୍ଣୟ କରିବ ମୁମ୍ୱାଇ ଭାଗ୍ୟ । ୧୫ ମେ’ ସୁଦ୍ଧା ମୁମ୍ୱାଇ ମହାନଗରୀରେ ୭୫ ହଜାର ଛୁଇଁପାରେ କରୋନା ସଂକ୍ରମିତଙ୍କ ସଂଖ୍ୟା । କେନ୍ଦ୍ର ସରକାରଙ୍କ ଆସେସ୍‌ମେଣ୍ଟ ଟିମ୍‌ ଏହି ଅନୁମାନ କରିଛି । ତେଣୁ ମେ ମାସର ତୃତୀୟ ସପ୍ତାହ ମୁମ୍ୱାଇ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିଛି। ମୁକାବିଲଶ ପାଇଁ ବିଏମ୍‌ସି ପକ୍ଷରୁ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିଛି।

କଣ୍ଟାକ୍ଟ ଟ୍ରେସିଂ ଉପରେ ଗୁରୁତ୍ୱ ଦିଆଯାଉଛି। ଲକ୍ଷଣ ନଥିବା ରୋଗୀଙ୍କ ପାଇଁ ଅଧିକ ସଂଖ୍ୟାରେ କୋଭିଡ୍‌-୧୯ କେୟାର ସେଣ୍ଟର, ଘରୋଇ ହସପିଟାଲର କ୍ଷମତା ବୃଦ୍ଧି କରାଯିବା ନେଇ ପ୍ରସ୍ତୁତି ଚାଲିଛି । ସେପଟେ ଗାଁରେ ଧିରେ ଧିରେ କାମ ଆରମ୍ଭ ହୋଇଛି ।

ଚାଷୀଙ୍କ ପାଇଁ ସମସ୍ତ ପଦକ୍ଷେପ ନିଆଯାଇଛି । ମନରେଗା ଯୋଜନାରେ ୨ କୋଟି ଲୋକେ କାମ କରୁଛନ୍ତି । ବିଭିନ୍ନ ରାଜ୍ୟ ଗସ୍ତ କରି କେନ୍ଦ୍ରୀୟ ଟିମ କରୋନାର ମୁକାବିଲା କରୁଥିବା ଗୃହମନ୍ତ୍ର।ଳୟ ପକ୍ଷରୁ କୁହାଯାଇଛି ।

କରୋନା ଚିକିତ୍ସା ସମୟରେ ଅନ୍ୟ ରୋଗୀଙ୍କୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ରହିଛି । କରୋନାକୁ ନେଇ କୁସଂସ୍କାର ଦୂର କରିବା ଆବଶ୍ୟକ ଅଟେ । ରୋଗ ଲୁଚାଇଲେ ଏହା ବଢେ, ତେଣୁ ସମସ୍ତେ କରୋନାର ମୁକାବିଲା କରିବା ପାଇଁ ଆଗକୁ ଆସିବା ଦରକାର ବୋଲି ସରକାର କହିଛନ୍ତି ।

Leave a Reply