ଅହମ୍ମଦାବାଦରେ ଅଘଟଣ : ରଥଯାତ୍ରାରେ ଡିଜେ ବାଜିବାରୁ ବେକାବୁ ହେଲା ଗଜରାଜ

ନନ୍ଦିଘୋଷ ବ୍ୟୁରୋ : ଅହମଦାବାଦରେ ଚାଲିଛି ମହାପ୍ରଭୁଙ୍କ ରଥଯାତ୍ରା । ଏହି ଯାତ୍ରା ସମୟରେ ବେକାବୁ ହେଲା ହାତୀ, ରାଗିକି ରାସ୍ତାରେ ଦୌଡିଲା। ଡିଜେର ପ୍ରଚଣ୍ଡ ଶବ୍ଦରେ ଅନିୟନ୍ତ୍ରିତ ହାତୀଟି ଏପଟ ସେପଟ ଦୌଡ଼ିବାକୁ ଲାଗିଥିଲା ଏବଂ ଆଖପାଖ ଲୋକଙ୍କ ମଧ୍ୟରେ ଦଳାଚକଟା ସୃଷ୍ଟି ହୋଇଥିଲା। ବହୁ ଚେଷ୍ଟା ପରେ ଶେଷରେ ମାହୁନ୍ତମାନେ ହାତୀଟିକୁ ନିୟନ୍ତ୍ରଣକୁ ଆଣିଥିଲେ।

ସୂଚନାଅନୁଯାୟୀ, ଅହମଦାବାଦ ଜଗନ୍ନାଥଙ୍କ ଏହି ରଥଯାତ୍ରାରେ ହଜାର ହଜାର ଭକ୍ତ ଏକାଠି ହୁଅନ୍ତି। ଏହି ସମୟରେ, ତିନୋଟି ହାତୀ ନିୟନ୍ତ୍ରଣ ବାହାରକୁ ଯିବାରୁ, ଭିଡ଼ରେ ଉପସ୍ଥିତ ଲୋକମାନେ ମଧ୍ୟ ଦୌଡ଼ିବାକୁ ଲାଗିଥିଲେ। ହାତୀକୁ ଦେଖି ସେଠାରେ ଥିବା ଲୋକ ଭୟଭୀତ ହୋଇଯାଇଥିଲେ। ଯେଉଁଠାରୁ ହାତୀ ନିୟନ୍ତ୍ରଣ ବାହାରକୁ ଯିବାର ଭିଡିଓ ଭାଇରାଲ ହୋଇଥିଲା। କୁହାଯାଉଛି ଯେ ଯାତ୍ରା ସମୟରେ ୫-୬ଟି ହାତୀ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲେ। ଏଥିମଧ୍ୟରୁ ତିନୋଟି ହାତୀ ଖାଡିଆର ରାସ୍ତାରେ ଦୌଡ଼ିବାକୁ ଲାଗିଥିଲେ।

ଅନ୍ୟପଟେ ଏହି ଦଳାଚକଟାରେ ତିନିରୁ ଚାରି ଜଣ ଆହତ ହୋଇଥିବା ସୂଚନା ମିଳିଛି। ସୌଭାଗ୍ୟବଶତଃ କାହାକୁ ଗୁରୁତର ଆଘାତ ଲାଗିନାହିଁ। ଏହି ଲୋକମାନେ ହାତୀ ପାଖରେ ଠିଆ ହୋଇଥିଲେ ଏବଂ ଦଳାଚକଟାରେ ପଡ଼ିଯାଇଥିଲେ। ଘଟଣାସ୍ଥଳକୁ ୧୦୮ ଆମ୍ବୁଲାନ୍ସ ଡକାଯାଇଥିଲା ଏବଂ ଆହତମାନଙ୍କୁ ଡାକ୍ତରଖାନା ପଠାଯାଇଥିଲା। ୧୫ ମିନିଟ ବିରତି ପରେ, ହାତୀଗୁଡ଼ିକୁ ରାସ୍ତାରୁ ବାହାର କରି ମୁଖ୍ୟ ରାସ୍ତାକୁ ଅଣାଯାଇଥିଲା ଏବଂ ସେମାନଙ୍କୁ ନିୟନ୍ତ୍ରଣ କରିବା ପରେ ପୁଣି ରଥଯାତ୍ରା ଆରମ୍ଭ କରାଯାଇଥିଲା।