ବନ୍ଦ ହେଲା ରଥ ଟଣା: ଆସନ୍ତାକାଲି ସକାଳ ସାଢେ ୯ଟାରୁ ପୁଣି ରଥଟଣା ହେବ

ପୁରୀ: ବଳଭଦ୍ରଙ୍କ ରଥଟଣା ବିଳମ୍ବ ଯୋଗୁଁ ବଡ଼ଦାଣ୍ଡରେ ଅଟକିଗଲେ ମହାପ୍ରଭୁ। ଯାହାକୁ ନେଇ ଶ୍ରଦ୍ଧାଳୁ, ଜଗନ୍ନାଥପ୍ରେମୀ, ଭକ୍ତଙ୍କ ମନରେ ଗଭୀର କ୍ଷୋଭ ସୃଷ୍ଟି କରିଛି। ଆଜି ଅପରାହ୍ନ ୪ଟା ୫ରେ ରଥଟଣା ଆରମ୍ଭରୁ ହିଁ ବିଗିଡିଯାଇଥିଲା ରଥଟଣା ଶୃଙ୍ଖଳା। ବଳଭଦ୍ରଙ୍କ ରଥ ମୋଡ଼ ଖାଇବାରୁ ରଥଟଣା ବିଳମ୍ବ ହୋଇ ଚାଲିଥିଲା। ବଳଭଦ୍ରଙ୍କ ରଥଟଣା ବିଳମ୍ବ ହେବାରୁ ପଛକୁ ପଛ ସୁଭଦ୍ରାଙ୍କ ରଥଟଣା ମଧ୍ୟ ବିଳମ୍ବ ହୋଇଥିଲା।

ରଥଟଣା ବିଳମ୍ବ ନେଇ ପ୍ରତିକ୍ରିୟା ରଖି ସୂଚନା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ। ରଥଯାତ୍ରାରେ କୌଣସି ଅସୁବିଧା ହୋଇନି ବୋଲି ସେ କହିଛନ୍ତି। ବିଧି ଅନୁସାରେ ନନ୍ଦିଘୋଷ ରଥ ଗଡ଼ିଛି। ଆସନ୍ତାକାଲି ସକାଳ ସାଢେ ୯ ଟାରୁ ପୁଣି ରଥଟଣା ହେବ। ଆସନ୍ତାକାଲି ସକାଳେ ସମସ୍ତେ ରଥ ଟାଣିପାରିବେ ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ।

ଆଜି ସଂଧ୍ୟା ୭ଟା ୪୧ରେ ରଥଟଣା ବନ୍ଦ ହୋଇଥିଲା। ବଳଗଣ୍ଡି ଛକରେ ଅଟକିଛନ୍ତି ବଳଭଦ୍ରଙ୍କ ରଥ। ମରିଚିକୋଟ ଛକରେ ଅଟକିଛି ମା ସୁଭଦ୍ରାଙ୍କ ରଥ। ସିଂହଦ୍ଵାର ସାମ୍ନାରେ କିଛି ବାଟ ଯାଇ ଅଟକିଛି ନନ୍ଦିଘୋଷ ରଥ। ସମସ୍ତ ଦେବନୀତି ଠିକ ସମୟରେ ହୋଇଥବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ରଥଟଣା କାର୍ଯ୍ୟ ଟିକିଏ ବିଳମ୍ବ ହୋଇଥିଲା।