ଯୁକ୍ତ୨ କଟ ଅଫ୍ ମାର୍କ ପ୍ରକାଶିତ; ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ଏକ ନମ୍ବର

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ୨ କଟ ଅଫ ମାର୍କ । ଦୁଇଟି ଷ୍ଟ୍ରିମରେ ରେଭେନ୍ସା ହାଇଅର ସେକେଣ୍ଡାରୀ ସ୍କୁଲ ସର୍ବାଧିକ କଟ ଅଫ୍‌ ସହ ଆଗରେ ରହିଛି । ବିଜ୍ଞାନରେ ୯୪.୩୩ ପ୍ରତିଶତ, ବାଣିଜ୍ୟରେ ୮୪.୧୭ ପ୍ରତିଶତ ସହ ଆଗରେ ରହିଛି ରେଭେନ୍ସା । ସେହିଭଳି ବିଜ୍ଞାନରେ ୯୩.୨୦% ମାର୍କ ସହ ବ୍ରହ୍ମପୁର ନୀଳକଣ୍ଠନଗର ଏସଭିଏମ ଦ୍ୱିତୀୟ ଓ ୯୩% କଟଅଫ୍‌ ସହ ଭୁବନେଶ୍ୱର ବିଜେଡି କଲେଜ ତୃତୀୟରେ ରହିଛି ।

ଚଳିତ ବର୍ଷ ପୁରୀ ଜିଲ୍ଲା କୃଷ୍ଣପ୍ରସାଦର କଣ୍ଡାଖାଇ ହାଇଅର ସେକେଣ୍ଡାରୀ ସ୍କୁଲ ୮୩.୫୦ ପ୍ରତିଶତ ସହ ଆଗରେ ରହିଛି । ରେଭେନ୍ସା ସମେତ ରାଜ୍ୟର ଟପ୍ ୧୦ଟି ସ୍କୁଲର କଟ ଅଫ୍ ମାର୍କ ପ୍ରକାଶ ପାଇଛି । ଆସନ୍ତା ୧୯ ତାରିଖରୁ ନାମଲେଖା ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ୪ ଲକ୍ଷ ୪ ହଜାର ୪୦୦ ଜଣ ଛାତ୍ରଛାତ୍ରୀ ନାମ ଲେଖାଇବା ପାଇଁ ମନୋନୀତ ହୋଇଛନ୍ତି।