spot_img

Latest Posts

ଆମ୍ବସଢ଼ାର ଅଭାବୀ ବିକ୍ରି, ଚିନ୍ତାରେ ରାୟଗଡ଼ା ଅଞ୍ଚଳର ଆଦିବାସୀ

ନନ୍ଦିଘୋଷ ବ୍ୟୁରୋ: ରାୟଗଡାରେ ଜଙ୍ଗଲଜାତ ଦ୍ରବ୍ଯ ଉପରେ ନିର୍ଭର କରନ୍ତି ୮୦ ପ୍ରତିଶତ ଆଦିବାସୀ । ହେଲେ ବର୍ତ୍ତମାନ ଆମ୍ବସଢାର ଅଭାବୀ ବିକ୍ରି ପାଇଁ ଚିନ୍ତାରେ ଆଦିବାସୀ । ଆଦିବାସୀଙ୍କ ଜୀବିକାର ସୁରକ୍ଷା ଲାଗି ପ୍ରତିଷ୍ଠା ହୋଇଥିବା ଓଡ଼ିଶା ଜୀବିକା ମିଶନ ଏ କ୍ଷେତ୍ରରେ ହସ୍ତକ୍ଷେପ କରିବା ଲାଗି ଦାବି ।

ପରିଶ୍ରମ ଅନୁସାରେ ମିଳୁନି ପ୍ରାପ୍ଯ। ଜୀବିକା ଲାଗି ଜଙ୍ଗଲଜାତ ସାମଗ୍ରୀ ଉପରେ ନିର୍ଭର କରି ବି ହତାଶ ରାୟଗଡା ଜିଲ୍ଲାବାସୀ। ଜିଲ୍ଲାର ୧୧ଟି ବ୍ଲକରେ ବସବାସ କରୁଥିବା ୮୦ ପ୍ରତିଶତ ଆଦିବାସୀ ଜୀବିକା ଅର୍ଜନ ପାଇଁ ଜଙ୍ଗଲ ଜାତ ଦ୍ରବ୍ଯ ଉପରେ ନିର୍ଭର କରନ୍ତି । ଏବେ ଆମ୍ବ ଋତୁ ଚାଲୁଥିବା ବେଳେ ଆଦିବାସୀମାନେ ବହୁ କଷ୍ଟରେ ଜଙ୍ଗଲରୁ ଆମ୍ବ ସଂଗ୍ରହ କରିବା ସହ ପ୍ରସ୍ତୁତ କରୁଛନ୍ତି ସୁସ୍ଵାଦୁ ଆମ୍ବସଡା । ଏଥିପାଇଁ ଦୀର୍ଘ ଏକ ମାସରୁ ଅଧିକ ସମୟ ଲାଗୁଛି । ହେଲେ ବିକ୍ରି ସମୟରେ ପରିଶ୍ରମ ଅନୁଯାୟୀ ପାରିଶ୍ରମିକ ପାଉନାହାଁନ୍ତି ଲୋକ । ଏହାକୁ ନେଇ ଚିନ୍ତାରେ ଆଦିବାସୀ ।

ଆମ୍ବସଡାର ଚାହିଦା ଓଡିଶା ସମେତ ରାଜ୍ଯ ବାହାରେ ରହିଛି । ହେଲେ ଅଭାବୀ ବିକ୍ରି ପାଇଁ ଚିନ୍ତାରେ ଆଦିବାସୀ । ଆମ୍ବସଡାର ଉଚିତ ମୂଲ୍ୟ ପାଉ ନଥିବାରୁ ବାଧ୍ୟ ହୋଇ ଗାଁକୁ ଆସୁଥିବା ବେପାରୀଙ୍କ ହାତକୁ ଅଳ୍ପ ମୁଲ୍ୟରେ ଟେକି ଦେଉଛନ୍ତି ଆଦିବାସୀ । ସ୍ଵଳ୍ପ ମୂଲ୍ଯରେ ଆମ୍ବସଡା କିଣି ବଡ ବଡ ବ୍ଯବସାୟୀମାନେ ଆନ୍ଧ୍ରପ୍ରଦେଶ , ଛତିଶଗଡ ଭଳି ବାହାର ରାଜ୍ଯକୁ ପଠାଇ ଲାଭବାନ ହେଉଛନ୍ତି। ଆଦିବାସୀଙ୍କ ଜୀବିକାର ସୁରକ୍ଷା ଲାଗି ପ୍ରତିଷ୍ଠା ହୋଇଥିବା ଓଡ଼ିଶା ଜୀବିକା ମିଶନ ଏକ୍ଷେତ୍ରରେ ହସ୍ତକ୍ଷେପ କରିବା ଲାଗି ଦାବି ହୋଇଛି। ସେପଟେ ଓରମାସ ଅଧିକାରୀ କହିଛନ୍ତି- ଏସଂକ୍ରାନ୍ତରେ ମିଳିନାହିଁ କୌଣସି ଅଭିଯୋଗ।

 

 

Latest Posts

Don't Miss