ଆନ୍ଧ୍ରକୁ ଯିବନି ରାୟଗଡ଼ା ଡିଭିଜନ, ବିରୋଧ ପରେ ବଦଳିଲା ନିଷ୍ପତ୍ତି

ଭୁବନେଶ୍ୱର: ପୂର୍ବତଟ ଅଧୀନରେ ରହିବ ରାୟଗଡ଼ା ରେଳ ଡିଭିଜନ । ରାୟଗଡା ଡିଭିଜନକୁ ଉଠାଇନେଇ ଆନ୍ଧ୍ରର ଦକ୍ଷିଣ ତଟ ଜୋନରେ ମିଶାଇ ଦେବାପାଇଁ ଯୋଜନାକୁ ନେଇ ପୂରା ଓଡିଶାରେ ସ୍ବର ଉଠିବା ପରେ ଏପରି ନିଷ୍ପତ୍ତି ନେଇଛି ରେଳ ବିଭାଗ  । ରାୟଗଡା ଡିଭିଜନ ନେଇ କେନ୍ଦ୍ର ଉପରେ ଚାପ ପଡ଼ିବାରୁ କେନ୍ଦ୍ର ସରକାର ଏପରି ନିଷ୍ପତ୍ତି ନେଇଥିବା କଂଗ୍ରେସ କହିଛି  । ରେଳମନ୍ତ୍ରୀଙ୍କୁ ଏନେଇ ଦଳ ପକ୍ଷରୁ ପ୍ରଶଂସା କରିଛନ୍ତି ବିଧାୟକ ସୁରେଶ ରାଉତରାୟ  ।

ସେହିପରି ବିଜେଡି ମଧ୍ୟ ଏ ପ୍ରସଂଗରେ ମତ ରଖି କହିଛି ଯେ କେନ୍ଦ୍ରର ଏପରି ନିଷ୍ପତ୍ତି ସ୍ବାଗତଯୋଗ୍ୟ  । ରେଳବାଇ କ୍ଷେତ୍ରରେ ଓଡ଼ିଶା ଅଧିକ୍ ରାଜସ୍ବ ଦେଉଥିବାରୁ ଓଡିଶା ପ୍ରତି କେନ୍ଦ୍ର ଅବହେଳା କରିବା ଉଚିତ ନୁହେଁ ବୋଲି ସାଂସଦ ମୁନ୍ନା ଖାଁ କହିଛନ୍ତି । ଆଗକୁ ରେଳ ବିଭାଗ ପକ୍ଷରୁ ରାଜ୍ୟ ପ୍ରତି କୌଣସି ଅବହେଳା କରାଗଲେ ତାହାର ଦୃଢ଼ ପ୍ରତିବାଦ କରାଯିବ ବୋଲି ବିଜେଡି ସାଂସଦ କହିଛନ୍ତି ।

Leave a Reply