ଶସ୍ତା ହେବ ଗାଡି ଓ ଗୃହ ଋଣ: RBI ରେପୋ ରେଟରେ ହ୍ରାସ କରିପାରେ ୫୦ ବେସିସ୍ ପଏଣ୍ଟ

ନନ୍ଦିଘୋଷ ବ୍ୟୁରୋ: ଶସ୍ତା ହେବ ଗାଡି ଓ ଗୃହ ଋଣ । ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ରେପୋ ରେଟରେ ୫୦ ବେସିସ୍ ପଏଣ୍ଟ ହ୍ରାସ କରିପାରେ । ତିନି ଦିନିଆ ମୁଦ୍ରା ନୀତି କମିଟି ବୈଠକରେ ଏପରି ନିଷ୍ପତ୍ତି ହୋଇଥିବା ସୂଚନା ରହିଛି । ଆଜି ଦିନ ୧୦ ଟାରେ ନୂଆ ରେପୋ ରେଟ୍ ନେଇ ଘୋଷଣା କରିବେ ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା । ଦେଶରେ ଜିନିସ ପତ୍ରର ଦରଦାମ କମିଛି।
ଗତ ଏପ୍ରିଲରେ ଖୁଚୁରା ମୁଦ୍ରା ସ୍ପିତି ୩.୩୪ ପ୍ରତିଶତରୁ ଖସି ୩.୧୬ ପ୍ରତିଶତ ହୋଇଛି । ଯାହାକି ୬ ବର୍ଷ ମଧ୍ୟରେ ସର୍ବକାଳୀନ ରେକର୍ଡ । ଲୋକଙ୍କ ହାତକୁ ଅଧିକ କ୍ରୟ ଶକ୍ତି କ୍ଷମତା ଦେବା ପାଇଁ ଆରବିଆଇ ରେପୋ ରେଟ୍ ହ୍ରାସ କରିପାରେ । ଏବେ ରେପୋ ରେଟ୍ ୬ ପ୍ରତିଶତ ରହିଛି । ୫୦ ବେସିସ୍ ପଏଣ୍ଟ କମିଲେ ୫.୫ ପ୍ରତିଶତକୁ ଖସିବ । ଫଳରେ ବ୍ୟାଙ୍କ ଗୁଡିକ ଗ୍ରାହକଙ୍କୁ କମ ସୁଧରେ ଋଣ ଦେଇପାରିବେ । ପୂର୍ବରୁ ଗତ ଫେବୃଆରୀ ଓ ଏପ୍ରିଲ ମାସରେ ଆରବିଆଇ ରେପୋ ଦରରେ ୨୫ ବେସିସ୍ ପଏଣ୍ଟ ଲେଖାଏଁ ହ୍ରାସ କରିଥିଲେ ।