ଆଜି ଆଇପିଏଲ ଫାଇନାଲ ଟକ୍କର ; ମୁହାଁମୁହିଁ ହେବେ RCB ଓ PBKS

ଆଜି ଆଇପିଏଲ ଫାଇନାଲ ମୁକାବିଲା । ଅହମ୍ମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଳୁରୁ ଓ ପଞ୍ଜାବ କିଙ୍ଗସ ମଧ୍ୟରେ ହେବ ଟାଇଟଲ ଟକ୍କର । ସଂଧ୍ୟା ୭ଟା ୩୦ରେ ଖେଳାଯିବ ମ୍ୟାଚ । ୯ ବର୍ଷ ପରେ ଏଥର ଆଇପିଏଲରେ କିଛି ନୂଆ ଦେଖିବା ଆଶାରେ କ୍ରିକେଟପ୍ରେମୀ । ପ୍ରଥମ ଥର ପାଇଁ ଏହି ଦୁଇଟି ଦଳ ଫାଇନାଲ ଖେଳିବାକୁ ଯାଉଛନ୍ତି । ତେଣୁ ଚଳିତ ଆଇପିଏଲରେ ନୂଆ ବିଜେତାଙ୍କୁ ଦେଖିବାକୁ ଦର୍ଶକ ଅପେକ୍ଷା କରିଛନ୍ତି । ଉଭୟ ଟିମ ଏପର୍ଯ୍ୟନ୍ତ ଆଇପିଏଲରେ ଟ୍ରଫି ହାସଲ କରି ନାହାନ୍ତି । ନ୍ୟୁ ଚଣ୍ଡିଗଡରେ ପ୍ରଥମ କ୍ଵାଲିଫାୟାର ମ୍ୟାଚରେ ପଞ୍ଜାବକୁ ହରାଇ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଥିଲା ବେଙ୍ଗଳୁରୁ ।
ତେବେ ଦ୍ବିତୀୟ କ୍ଵାଲିଫାୟାରରେ ୫ ଥରର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ଫାଇନାଲରେ ପହଞ୍ଚିଛି ପଞ୍ଜାବ କିଙ୍ଗସ୍ । ଏହା ପୂର୍ବରୁ ୨୦୧୪ରେ ପଞ୍ଜାବ ଆଇପିଏଲ ଫାଇନାଲରେ ପ୍ରବେଶ କରିଥିଲେ ସୁଦ୍ଧା ଟ୍ରଫି ଆଣିବାରେ ସକ୍ଷମ ହୋଇପାରି ନଥିଲା । ସେହିପରି ବେଙ୍ଗଳୁରୁ ମଧ୍ଯ ୯ ବର୍ଷ ପରେ ଫାଇନାଲ ଖେଳିବାକୁ ଯାଉଛି । ପୂର୍ବରୁ ଦଳ ୨୦୦୯, ୨୦୧୧ ଓ ୨୦୧୬ ଫାଇନାଲ ଖେଳିଥିଲା । ତେଣୁ ଏଥର ଆଇପିଏଲ ନୂଆ ବିଜେତାଙ୍କୁ ଦେଖିବା ନିଶ୍ଚିତ ।