IPL 2025 : ଚାମ୍ପିୟନ ହେଲା ବାଙ୍ଗାଲୋର

ଆଇପିଏଲ ଫାଇନାଲ ଟକ୍କରରେ ବାଜି ମାରିନେଲା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର । ୧୮ ବର୍ଷ ପରେ ଆରସିବି ହାତେଇଲା ଟ୍ରଫି । ୧୯୧ ରନର ଟାର୍ଗେଟ୍ ଦେଇଥିଲା ଆରସିବି । ୧୮୪ ରନ କରିବାରେ ସକ୍ଷମ ହୋଇଥିଲା ପଞ୍ଜାବ । ପଞ୍ଜାବ କିଙ୍ଗସକୁ ୬ ରନରେ ହରାଇ ଚାମ୍ପିୟନ ହୋଇଛି ବିରାଟ କୋହଲିଙ୍କ ଦଳ ଆରସିବି । ଏହା ସହିତ ଆରସିବିର ଦୀର୍ଘ ୧୭ ବର୍ଷ ପ୍ରତୀକ୍ଷାର ଅନ୍ତ ହୋଇଛି । ଏହା ପୂର୍ବରୁ ଏହି ଦଳ ୩ ଥର ଫାଇନାଲକୁ ଯାଇଥିଲେ ବି ଚାମ୍ପିୟନ ହୋଇପାରିନଥିଲା । ୧୯୧ ରନର ପିଛା କରୁଥିବା ପଞ୍ଜାବ ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୮୪ ରନ କରିପାରିଥିଲା । ଦଳ ପକ୍ଷରୁ ଶଶାଙ୍କ ସିଂ ୬୧ ରନ, ଜୋସ ଇଂଗଲିସ ୩୯ ରନ, ପ୍ରଭସିମରନ ସିଂ ୨୬ ଓ ପ୍ରିୟାଂଶ ଆର୍ଯ୍ୟା ୨୪ ରନ କରିଥିଲେ । ଦଳ ପକ୍ଷରୁ ଭୁବନେଶ୍ବର କୁମାର ଓ କୃନାଲ ପାଣ୍ଡ୍ୟା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।