ପୁଣିଥରେ ସନାତନ ଧର୍ମକୁ ନେଇ ଏମିତି କହିଲେ ଉଦୟନିଧି ଷ୍ଟାଲିନ୍

ଚେନ୍ନାଇ: ସନାତନ ଧର୍ମକୁ ମ୍ୟାଲେରିଆ ଓ ଡେଙ୍ଗୁ ସହ ତୁଳନା କରି ଚର୍ଚ୍ଚାରେ ରହିଥିବା ଉଦୟନିଧି ଷ୍ଟାଲିନ ପୁଣିଥରେ ବିବାଦିୟ ମନ୍ତବ୍ୟ ଦେଇଛନ୍ତି । ସନାତନ ଧର୍ମକୁ ଟାର୍ଗେଟ କରି ନିଜର ବିବୃତ୍ତି ରଖିଛନ୍ତି । ରବିବାର ୪ ରାଜ୍ୟରେ ନିର୍ବାଚନୀ ଫଳଫଳ ପ୍ରକାଶ ପାଇଥିବା ବେଳେ ନିଜର ପ୍ରତିକ୍ରିୟା ରଖିଛନ୍ତି ଉଦୟନିଧି । ଡିଏମକେ ନେତା ଉଦୟନିଧି କହିଛନ୍ତି କି, ବିଜେପି ମୋର ପ୍ରତିକ୍ରିୟାକୁ ବିକୃତ କରି ମୋତେ ଟ୍ରୋଲ କରିଛି । ମୋତେ କ୍ଷମା ମାଗିବାକୁ କୁହାଯାଇଥିଲା । କିନ୍ତୁ ମୁଁ ହେଉଛି କରୁଣାନିଧିଙ୍କ ନାତି ଏବଂ ଷ୍ଟାଲିନଙ୍କ ପୁଅ । ତାଙ୍କର ଆଦର୍ଶରେ ମୁଁ ଅନୁପ୍ରାଣିତ। ଚେନ୍ନାଇରେ ଅନୁଷ୍ଠିତ ଏକ ସଭାରେ ମୁଁ କହିଥିଲି କି, ସମସ୍ତେ ସମାନ । ସମସ୍ତଙ୍କୁ ସମାନ ନଜରରେ ଦେଖିବା ଉଚିତ । ମାତ୍ର ବିଜେପି ଏହାକୁ ବିକୃତ କରି ସୋସିଆଲ ମିଡିଆରେ ଭାଇରାଲ କରାଇଥିଲା । ଏପରିକି ନିର୍ବାଚନୀ ସଭାରେ ମଧ୍ୟ ମୋଦି ମୋତେ ଟାର୍ଗେଟ କରିଥିଲେ । ମୁଁ ସନାତନ ଧର୍ମକୁ ନେଇ ଦେଇଥିବା ବିବୃତ୍ତି ମାମଲା ଏବେ କୋର୍ଟରେ ବିଚାରାଧିନ ରହିଛି । ଆଇନ ଯାହା କହିବ ମୁଁ ସ୍ବିକାର କରିବି । କିନ୍ତୁ ଏବେ ଭୁଲ ମାଗିପାରିବିନି । ଉଦୟନିଧିଙ୍କ ଏହି ପ୍ରତିକ୍ରିୟା ପରେ ପୁଣିଥରେ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି ।

ଣ କହିଥିଲେ ଉଦୟନିଧି ?

ଉଦୟନିଧି ନିଜ ଭାଷଣରେ ସନାତନ ଧର୍ମକୁ ମ୍ୟାଲେରିଆ ଓ ଡେଙ୍ଗୁ ସହ ତୁଳନା କରିଥିଲେ । ସେ କହିଥିଲେ, ‘ସନାତନକୁ କେବଳ ବିରୋଧ କରା ନଯାଇ ତାହାକୁ ଶେଷ କରିଦିଆ ଦରକାର ।’ ଅଭିଯୋଗ ଅନୁସାରେ ସନାତନ ବିଲୟ ସମ୍ମିଳନୀରେ ମନ୍ତବ୍ୟ ଦେଇ ଉଦୟନିଧି କହିଥିଲେ, ‘ସନାତନ ନାଁ ସଂସ୍କୃତରୁ ଆସିଛି । ସନାତନ ଧର୍ମ ସାମାଜିକ ନ୍ୟାୟ ଓ ସମାତନାର ବିରୋଧୀ । କିଛି ଜିନିଷର ବିରୋଧ କରାଯାଇ ପାରିବ ନାହିଁ, ଏହାକୁ ଶେଷ କରିଦିଆଯିବା ଉଚିତ । ଆମେ ଡେଙ୍ଗୁ, ମଶା, ମ୍ୟାଲେରିଆ ଓ କରୋନାକୁ ବିରୋଧ କରିପାରିବା ନାହିଁ । ଆମକୁ ଏହାକୁ ଶେଷ କରିବାକୁ ପଡ଼ିବ । ସେହିପରି ଆମକୁ ସନାତନ ଧର୍ମକୁ ଶେଷ କରିବାକୁ ପଡ଼ିବ ।’