ଏକାଠି ନଜର ଆସିଲେ ଐଶ୍ବର୍ଯ୍ୟା, ଆରାଧ୍ୟା ଏବଂ ରେଖା

1 min read

ମୁମ୍ବାଇ: ଐଶ୍ବର୍ଯ୍ୟା ଏବଂ ଆରାଧ୍ୟାଙ୍କ ସହ ନଜର ଆସିଲେ ରେଖା । ମୁକେଶଙ୍କ ପାର୍ଟିରେ ଆରାଧ୍ୟାଙ୍କ ଉପରେ ପ୍ରେମ ବର୍ଷା କଲେ ରେଖା । ଶନିବାର ଦିନ ମୁମ୍ବାଇରେ ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର (NMACC) ର ଉଦଘାଟନ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଧୁମଧାମରେ ପାଳନ ହେବା ସହ ଏଥିରେ ବହୁ ସେଲିବ୍ରିଟିଙ୍କୁ ଦେଖିବାକୁ ମିଳିଥିଲା।

ଏହି କାର୍ଯ୍ୟକ୍ରମରେ କେବଳ ବଲିଉଡର ନୁହେଁ ହଲିଉଡର ଅନେକ ସେଲିବ୍ରିଟି ମଧ୍ୟ ଯୋଗ ଦେଇଥିଲେ। ଏହି ପାର୍ଟିରେ ଶାହାରୁଖ ଖାନ, ସଲମାନ ଖାନ, ଦିଶା ପାଟନୀ, ରେଖା, ଶ୍ରଦ୍ଧା କପୁର, ରଣବୀର ସିଂ, ଗୌହର ଖାନ, ସୁହାନା, କାଜୋଲ, ପ୍ରିୟଙ୍କା ଚୋପ୍ରା, ଆଲିଆ ଭଟ୍ଟ, ରଶ୍ମିକା ମନ୍ଦାନା ଏବଂ ବରୁଣ ଧାୱନଙ୍କ ସହ ଅନେକ ସେଲିବ୍ରିଟି ନଜର ଆସିଥିଲେ।

ଏହି କାର୍ଯ୍ୟକ୍ରମରୁ ରେଖା ଏବଂ ଆରାଧ୍ୟାଙ୍କର ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଯେଉଁ ଫଟୋ ଦେଖି ଫ୍ୟାନ୍ସମାନେ ବହୁ ଭଲପାଇବା ଦେଇଛନ୍ତି । ଡେରାଡୁନ

ବହୁତ କମ୍ ପାର୍ଟିରେ ରେଖା ଏବଂ ଅମିତାଭ ବଚ୍ଚନଙ୍କ ପରିବାର ସାମ୍ନାକୁ ଆସନ୍ତି । ବଲିଉଡରେ ଲଭ୍ ଟ୍ରାୟାଙ୍ଗଲର କଥା ଆସିଲେ ପ୍ରଥମେ ଅମିତାଭ ବଚ୍ଚନ, ରେଖା ଏବଂ ଜୟା ବଚ୍ଚନଙ୍କ ନାଁ ଆସେ । କୁହାଯାଏ ଯେ, ଆଜି ବି ଏହି ତିନିଜଣ ପରସ୍ପର ସହ କଥାବାର୍ତ୍ତା କରନ୍ତି ନାହିଁ। କିନ୍ତୁ ରେଖା ଏହି ପାର୍ଟିରେ ଆରାଧ୍ୟା ଏବଂ ଐଶ୍ୱର୍ଯ୍ୟାଙ୍କ ସହ କଥାବାର୍ତ୍ତା କରିଛନ୍ତି। କେବଳ ବଥାବାର୍ତ୍ତା କରିନାହାନ୍ତି ସମସ୍ତେ ମିଶି ଫଟୋ ବି ଉଠାଇଛନ୍ତି ।

 

View this post on Instagram

 

A post shared by Manish Malhotra (@manishmalhotra05)

ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ରର କାର୍ଯ୍ୟକ୍ରମର ଏହି ଫଟୋ ମନୀଷ ମଲହୋତ୍ରା ସେୟାର କରିଛନ୍ତି । ଯେଉଁଥିରେ ଅମିତାଭ ବଚ୍ଚନଙ୍କ ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ମନୀଷ ମଲହୋତ୍ରା, ରେଖା ଏବଂ ଆରାଧ୍ୟା ନଜର ଆସିଛନ୍ତି।

ଏହି ଫଟୋରେ ରେଖା ଆରାଧ୍ୟାଙ୍କୁ ଆଲିଙ୍ଗନ କରି ଫଟୋସୁଟ କରିଛନ୍ତି ଏବଂ ଦ୍ୱିତୀୟରେ ସେ ଐଶ୍ୱର୍ଯ୍ୟାଙ୍କ ସହ ଅଧିକ ନିକଟତର ହୋଇ ଭଲପାଇବା ଦେଖାଉଥିବାର ନଜର ଆସିଛନ୍ତି। ଏହି ଚାରି ସେଲିବ୍ରିଟି ଏକାଠି ବହୁତ ସୁନ୍ଦର ଦେଖାଯାଉଛନ୍ତି।