ବାଇଡେନ୍-ହାରିସ୍ ସଂପର୍କ ହୁଗୁଳା

1 min read

ଓ୍ବାସିଂଟନ: ସମୟ ବଦଳିଛି । ବଦଳିଛି ସଂପର୍କ । ଅଲ ଇଜ୍ ନଟ୍ ଓ୍ବେଲ୍ । ହ୍ବାଇଟ୍ ହାଉସରେ ସବୁ କିଛି ଠିକ୍ ଚାଲିନି । ଆମେରିକା ରାଷ୍ଟ୍ରପତି ଜୋ ବାଇେଡନ୍ ଓ ଉପରାଷ୍ଟ୍ରପତି କମଳା ହାରିସଙ୍କ ମଧ୍ୟରେ ଅରମ୍ଭ ହୋଇଛି ତୁ ତୁ ମେ । ବର୍ଷେ ପୂରିନି । ସଂପର୍କ ହୋଇଛି ହୁଗୁଳା । ସିଏନ୍ଏନ୍ ରିପୋର୍ଟ କହୁଛି, ଦିନ ଯେତିକି ଗଡୁଛି, ବାଇେଡନ୍-ହାରିସଙ୍କ ମଧ୍ୟରେ ସଂପର୍କ ସେତିକି ତିକ୍ତ ହେବାରେ ଲାଗିଛି । ହ୍ବାଇଟ୍ ହାଉସ୍ ପ୍ରଶାସନକୁ ଏହା ବେଶ୍ ପ୍ରଭାବିତ କରୁଛି ।

ଜାନୁଆରୀରେ କ୍ଷମତାକୁ ଆସିଥିଲେ ବାଇେଡନ୍-ହାରିସ୍ ଯୋଡ଼ି । ରାଷ୍ଟ୍ରପତି ବାଇଡେନ୍ ହାରିସଙ୍କ ପ୍ରଶଂସାରେ ଥିଲେ ଶତମୁଖ । ସେ କମଳାଙ୍କୁ ଡେମୋକ୍ରାଟିକ୍ ପାର୍ଟିର ଭବିଷ୍ୟତ ବୋଲି କହୁଥିଲେ । ଏପରିକି ସେ କେବଳ  ଆମେରିକା-ଡେମାକ୍ରାଟିକ ଦଳ ମଧରେ ’ସେତୁ’ ବୋଲି ବାଇଡେନ୍ ଘୋଷଣା କରିଥିଲେ । ଏବେ କିନ୍ତୁ ଚିତ୍ର ବଦଳିଯାଇଛି । ବାଇଡେନ୍ କମଳାଙ୍କୁ ଅଣଦେଖା କରି ଚାଲିଛନ୍ତି । କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିରେ ଏକାଠି ହେଉନାହାନ୍ତି ଏ ଯୋଡି । ବାଇଡେନଙ୍କ ବୟସାଧିକ କାରଣରୁ ଡେମାକ୍ରାଟସ୍ ମାନେ ହାରିସଙ୍କୁ ପରବରର୍ତ୍ତୀ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଗଣୁଥିଲେ । କମଳାଙ୍କ ପାଖରେ ସେ ବ୍ୟକ୍ତିତ୍ବ ମଧ୍ୟ ଅଛି । ମାତ୍ର ଏବେ ବାଇଡେନ୍ କାହିଁକି ହାରିସଙ୍କୁ କୋଣଠେସା କରିଛନ୍ତି ତାହା ମିଲିୟନ ଡଲାରର ପ୍ରଶ୍ନ ।  ଉପରାଷ୍ଟ୍ରପତି ହାରିସ୍ ପରିବାର ଚାପରେ ରାଜନୈତିକ ନିଷ୍ପତ୍ତି ନେଉଛନ୍ତି । ଏଥିପାଇଁ ବନ୍ଧୁ ବାଇଡେନ୍ ଏବେ ଖପ୍ପା ବୋଲି ଆମେରିକା ମିଡିଆରେ ଚର୍ଚ୍ଚା ।

Leave a Reply