spot_img

Latest Posts

ସିଭିଲ୍ କୋର୍ଟରେ ହେବ କୃଷ୍ଣ ଜନ୍ମଭୂମି ବିବାଦର ଶୁଣାଣି

ମଥୁରା: ଜ୍ଞାନବ୍ୟାପୀ ମସଜିଦ୍ ସର୍ଭେ ବିବାଦ ମଧ୍ୟରେ ଶ୍ରୀକୃଷ୍ଣ ଜନ୍ମଭୂମି ତଥା ଶାହି ଇଦଗାହ ମାମଲା ଉପରେ ଗୁରୁବାର ଦିନ ଶୁଣାଣି କରିଛନ୍ତି ମଥୁରାର ଜିଲ୍ଲା କୋର୍ଟ । ହରିଶଙ୍କର ଜୖେନଙ୍କ ପକ୍ଷରୁ ଆବେଦନ କରାଯାଇଥିବା ଯାଚିକାର ଶୁଣାଣି କରି କୋର୍ଟ କହିଛନ୍ତି ଏହି ମାମଲାର ଶୁଣାଣି ସିଭିଲ୍ ଜଜ୍ କୋର୍ଟ କରିବ।

ଜିଲ୍ଲା ଜଜ୍ ରାଜିବ ଭାରତିଙ୍କ କୋର୍ଟ ଶ୍ରୀ କୃଷ୍ଣ ଜନ୍ମ ସ୍ଥାନ ମନ୍ଦିର ବନାମ ଶାହି ଇଦଗାହ ମସଜିଦ୍ ମାମଲାର ପୁନଃ ଶୁଣାଣିକୁ ସ୍ୱିକାର କରିଛନ୍ତି । ଏବେ ଏହି ମାମଲାର ଶୁଣାଣି ତଳ କୋର୍ଟ କରିବେ ।

ମଥୁରା ବିବାଦ କ’ଣ?

ଶ୍ରୀକୃଷ୍ଣ ଜନ୍ମ ସ୍ଥାନର ୧୩.୩୭ ଏକର ଜମିକୁ ଫେରସ୍ତ ପାଇବା ପାଇଁ ଅଦାଲତରେ ଗୁହାରୀ କରାଯାଇଛି। ସୂଚନା ଅନୁସାରେ ୧୦.୯ ଏକର ଜମି ଶ୍ରୀକୃଷ୍ଣ ଜନ୍ମସ୍ଥାନ ପାଖରେ ରହିଥିବା ବେଳେ ବାକି ୨.୫  ଭୂମି ଶାହି ଇଦଗାହ ମସଜିଦ୍ ପାଖରେ ରହିଛି। ଖାଶୀ ଓ ମଥୁରା ବିବାଦ କିଛିକାଂଶରେ ଅଯେଧ୍ୟା ଭଳି ରହିଛି । ହିନ୍ଦୁ ମାନଙ୍କ ଦାବି ଅନୁଯାୟୀ, କାଶୀ ଓ ମଥୁରାରେ ଔରଙ୍ଗଜେବ ମନ୍ଦିର ଭାଙ୍ଗି ମସଜିଦ୍ ବନାଇଛନ୍ତି । ୧୬୬୯ରେ କାଶୀ ବିଶ୍ୱନାଥ ମନ୍ଦିର ଭାଙ୍ଗିଥିଲେ ଔରଙ୍ଗଜେବ । ପରେ ୧୬୭୦ରେ ମଥୁରାର ଭାଗବା କେଶବଦେବ ମନ୍ଦିର ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ କାଶୀରେ ଜ୍ଞାନବ୍ୟାପୀ ମସଜିଦ୍ ଏବଂ ମଥୁରାରେ ଶାହି ଇଦଗାହ ମସଜିଦ୍ ବନାଇଥିଲେ ।

ତେବେ ଏହି ବିବାଦ ସେତେବେଳେ ମୁଣ୍‌ଡ ଟେକିଥିଲା ଯେତେବେଳେ ଅଖିଳ ଭାରତ ହିନ୍ଦୁ ମହାସଭା ଶାହି ଇଦଗାହ ମସଜିଦରେ ଭଗବାନ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ସ୍ଥାପିତ କରିବାକୁ ଘୋଷଣା କରିଥିଲା । ଯଦିଓ ହିନ୍ଦୁ ମହାସଭା ଏଭଳି କିଛି କରିପାରିନଥିଲା ।

Latest Posts

Don't Miss