ମୋଦିଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିବେ କଂଗ୍ରେସ ନେତ୍ରୀ ରେଣୁକା ଚୌଧୁରୀ

ନୂଆଦିଲ୍ଲୀ: ବିଜେପିର ସରନେମ୍, କଂଗ୍ରେସର ସୂର୍ପଣଖା । ମାନହାନୀକୁ ନେଇ ବିଜେପି କଂଗ୍ରେସ ମୁହାଁମୁହିଁ । ରାହୁଲ ଗାନ୍ଧୀଙ୍କୁ ଦଣ୍ଡାଦେଶ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିବେ କଂଗ୍ରେସ ନେତ୍ରୀ ରେଣୁକା ଚୌଧୁରୀ । ୨୦୧୮ ମସିହାରେ ପାର୍ଲାମେଣ୍ଟରେ ରେଣୁକାଙ୍କ ହସକୁ ନାଁ ନନେଇ ରାମାୟଣ ସିରିୟଲର ସୁର୍ପଣଖା ଚରିତ୍ର ସହ ତୁଳନା କରିଥିଲେ । ଏହାକୁ ନେଇ ଟ୍ବିଟ୍ କରିଛନ୍ତି ରେଣୁକା ।

ଏନେଇ ସେ ମାନହାନୀ ମୋକଦ୍ଦମା କରିବେ, କେତେ ଶୀଘ୍ର କୋର୍ଟ ଏନେଇ ଶୁଣାଣି କରୁଛନ୍ତି ତାହା ଦେଖିବେ ବୋଲି କଂଗ୍ରେସ ନେତ୍ରୀ ଟ୍ବିଟ୍ କରିଛନ୍ତି । ଦୁର୍ନୀତି, ଫାସୀବାଦ ବିରୋଧରେ ଲଢ଼େଇ ପାଇଁ ରାହୁଲ କ୍ଷମା ପ୍ରାର୍ଥନା କରିନଥିବା ରେଣୁକା କହିଛନ୍ତି । ଗତକାଲି ରାହୁଲ ଗାନ୍ଧୀଙ୍କୁ ମୋଦି ସରନେମ୍ ମନ୍ତବ୍ୟକୁ ନେଇ ଦୁଇବର୍ଷ ଜେଲ ଦଣ୍ଡ ଶୁଣାଇଥିଲେ ସୁରଟ କୋର୍ଟ ।