spot_img

Latest Posts

୨୧ ଘଣ୍ଟା ପରେ ରୋପ୍ ୱେ’ରୁ ସେନା ଦ୍ୱାରା ୧୬ ଉଦ୍ଧାର,ଏବେବି ଫଶିଛନ୍ତି ୩୨

ରାଞ୍ଚି: ଝାଡଖଣ୍ଡର ଦେଓଗଡ ଜିଲ୍ଲା ତ୍ରିକୂଟ ପର୍ବତ ଶିଖରରେ ଥିବା ରୋପୱେରେ ଗତକାଲି ଯାନ୍ତ୍ରୀକ ତୃଟି ଘଟି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା ଯୋଗୁ  ପ୍ରାୟ ୨୧ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ୪୮ ଜଣ ଜୀବନ ମରଣ ମଧ୍ୟରେ ଝୁଲି ରହିଥିଲେ। ୨ ହଜାର ଫୁଟ ଉପରେ ଝୁଲି ରହିଥିବା ଏହି ୪୮ ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ରେସକ୍ୟୁ ଅପରେସନ ଆରମ୍ଭ ହୋଇଛି। ଉଦ୍ଧାର କାର୍ଯ୍ୟରେ ଭାରତୀୟ ବାୟୁସେନାର ହେଲିକପଟର ନିୟୋଜିତ ଅଛନ୍ତି। ଘଟଣାସ୍ଥଳରେ ଏନଡିଆରଏଫ ଟିମ୍ ମଧ୍ୟ ପହଞ୍ଚିଛନ୍ତି। ବର୍ତ୍ତମାନସୁଦ୍ଧା ୧୬ ଜଣଙ୍କୁ ଉଦ୍ଧାର କରାସରିଥିବାବେଳେ ଏବେ ବି ୩୨ ଜଣ ଫସି ରହିଛନ୍ତି।

ସୂଚନା ମୁତାବକ ବୈଷୟିକ ତ୍ରୁଟି ଯୋଗୁଁ ରୋପ୍ ଓ୍ବେ କେବୁଲ କାରଗୁଡିକ ପରସ୍ପର ମଧ୍ୟରେ ପିଟି ହୋଇଥିଲେ। ସବୁଠୁ ଉପରେ ଥିବା ଟ୍ରଲି ୪୦ ଫୁଟ ତଳେ କଚାଡ଼ି ହୋଇଥିଲା। ଫଳରେ ସେହି ଟ୍ରଲିରେ ଥିବା ୫ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ଏହି ଦୁର୍ଘଟଣା ଯୋଗୁ ରୋପୱେରେ ଯାଉଥିବା ଆଉ ୨୩ ଟ୍ରଲି ମଝିରେ ଅଟକି ରହିଛି। ସେଥିମଧ୍ୟରୁ ପାହାଡ଼ ପାଖପାଖି ଥିବା ୨ଟି ଟ୍ରଲି ପଥରରେ ପିଟି ହେବାରୁ ବହୁ ଲୋକ ଗୁରୁତର ଆହତ ହୋଇଛନ୍ତି।

ଦୁର୍ଘଟଣାର ପ୍ରକୃତ କାରଣ ନେଇ ତନାଘନା ଚାଲିଛି। ରୋପ ଓ୍ବେ ମ୍ୟାନେଜର ଓ ଅନ୍ୟ କର୍ମଚାରୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।  ଦେବଘର ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା ପରଠୁ ରୋପୱେକୁ ବନ୍ଦ କରି ଦିଅଯାଇଛି। ଏବଂ ଫଶିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ପ୍ରୟାଶ ଜାରି ରହିଛି ।

Latest Posts

Don't Miss