ବନ୍ଧୁକଧାରୀଙ୍କ କବ୍‌ଜାରେ ଥିବା ଅବସରପ୍ରାପ୍ତ ଶିକ୍ଷକଙ୍କ ପରିବାରକୁ ଉଦ୍ଧାର କଲା ପୋଲିସ

ବଲାଙ୍ଗୀର: ପ୍ରେମିକର ଉନ୍ମତ୍ତକାଣ୍ଡ । ପ୍ରେମିକାକୁ ଉଠାଇ ଆଣିବାକୁ ଝିଅ ମାମୁଁ ଘରେ ଧସେଇ ପଶିଲା ଯୁବକ । ଭାଣିଜୀ ସହ ଏକ ତରଫା ପ୍ରେମ ସମ୍ପର୍କ ଥିବାରୁ ତାଙ୍କୁ ଅପହରଣ କରି ନେବା ପାଇଁ ବନ୍ଧୁକ ଧରି ଧସେଇ ପଶିଥିଲା ଯୁବକ ।  ଯୁବକ ଜଣଙ୍କ ହେଉଛନ୍ତି ବିକ୍ରମ ପଣ୍ଡା । ମହିଳା କଲେଜ ଛକରେ ତାଙ୍କର ଜେରକ୍ସ ଓ ଇଣ୍ଟରନେଟ ଦୋକାନ ରହିଛି । ଦୀର୍ଘ ୪ଘଣ୍ଟା ଧରି ବଲାଙ୍ଗୀର ପୋଲିସର ଅପରେସନ ପରେ ମଦନମୋହନ ହୋତାଙ୍କ  ପୁଅ ଦିବ୍ୟ ରଞ୍ଜନ ହୋତା, ତାଙ୍କ ସ୍ତ୍ରୀ ଓ ୧୫ବର୍ଷର ପୁଅକୁ ପୋଲିସ ସୁରକ୍ଷିତ ଭାବେ ଝରକା ପଟୁ ଉଦ୍ଧାର କରିଛି । ଏନେଇ ବଲାଙ୍ଗୀର ପୋଲିସ ଏସ୍‌ଡିପିଓ ତୋଫାନ ବାଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଯୁବକଙ୍କ କବଳରୁ ସେମାନଙ୍କୁ ଉଦ୍ଧାର କରିବା ନେଇ ଏସ୍‌ଡିପିଓ ଙ୍କ ସମେତ ୨ ଜଣିଆ ପୋଲିସ ଟିମ୍ ଘର ଭିତରକୁ ପଶି ବନ୍ଧକଙ୍କୁ ଉଦ୍ଧାର କରିଥିଲେ ।

ଘଟଣା ପ୍ରକାରେ, ଆଜି ସକାଳୁ ତାଲପାଳିପଡ଼ାର ବିକ୍ରମ ପଣ୍ଡା  ଏକ ବାଇକରେ ଆସି ଶାନ୍ତିପଡାର ମଦନ ମୋହନ ହୋତାଙ୍କ ପରିବାରକୁ ବନ୍ଧୁକ ଦେଖାଇ ଭୟଭୀତ କରି ଘରେ ପଶିଥିଲେ । ପରିବାର ଲୋକେ କବାଟ ଦେଇ ଏକ କୋଠରୀରେ ବନ୍ଦ ହୋଇଯାଇଥିଲେ । ଏହି ସମୟରେ ପରିବାରର ଅନ୍ୟଜଣେ ବାହାରୁ ଆସି ବାହାରପଟୁ କବାଟ ଦେଇ ଦେଇଥିଲେ । ଫଳରେ ଘର ପୋଟିକରେ ବନ୍ଧୁକଧାରି ଯୁବକ ଜଣକ ବନ୍ଦ ହୋଇ ରହିଥିଲେ । ପୋଲିସ ଯୁବକଙ୍କ ମାଙ୍କୁ ଡକାଇ ବୁଝାସୁଝା କରିଥିଲେ । କିନ୍ତୁ କୌଣସି ସୁଫଳ ମିଳିନଥିବାରୁ  ପୋଲିସ ବୁଲେଟ ପ୍ରୁଫ ଜାକେଟ ସହ ଅପରେଶନ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲା । ଏବଂ ଅତି ଚତୁରତାର ସହ ଯୁବକଙ୍କୁ କାବୁ କରିବା ସହ ପରିବାର ଲୋକଙ୍କୁ ଉଦ୍ଧାର କରିଥିଲା । ସୂଚନା ଯୋଗ୍ୟ, ବନ୍ଧକ ଥିବା  ଦିବ୍ୟ ରଞ୍ଜନ ହୋତାଙ୍କ ଭାଣିଜୀଙ୍କୁ ଯୁବକ ଜଣଙ୍କ ଏକ ତରଫା ପ୍ରେମ କରୁଥିଲା । ଯୁବତୀ ଜଣକ ବଲାଙ୍ଗୀର ମେଡିକାଲରେ ଚାକିରି କରୁଥିବାରୁ ଶାନ୍ତିପଡ଼ା ମାମୁଙ୍କ ଘର ରହୁଥିଲେ । ତେବେ ଯୁବତୀ ଜଣଙ୍କୁ ଅପହରଣ କରିବା ନେଇ ମାମୁଁ ଘରେ ପଶିଥିଲା ଯୁବକ

ଏଥିସହିତ ପଢ଼ନ୍ତୁ: ମହାମାରୀ ଭୂତାଣୁକୁ ନଷ୍ଟ କରିଦେବ ମାସ୍କ: ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ସ୍ୱୀକୃତି

Leave a Reply