spot_img

Latest Posts

ବନ୍ୟାସ୍ଥିତି ନିୟନ୍ତ୍ରଣାଧୀନ ; ରାଜ୍ୟରେ ବନ୍ୟାସ୍ଥିତି ସମୀକ୍ଷା ପରେ ରାଜସ୍ୱମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ବର: ବନ୍ୟା ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣରେ ଅଛି। ଆଜି ଏକ ବୈଠକରେ ସମୀକ୍ଷା କରିବା ପରେ ଏହା କହିଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି, ମୟୂରଭଂଜ ଓ ବାଲେଶ୍ୱରକୁ ରେଡ୍ ଓ୍ୱାର୍ଣ୍ଣିଂ ଦିଆଯାଇଥିଲା । ତଳ ଓ ଉପରମୁଣ୍ଡରେ ବର୍ଷା ନେଇ ରେଡ୍ ଓ୍ୱାର୍ଣ୍ଣିଂ ଦିଆଯାଇଥିଲା। ଆଶ୍ଵସ୍ତିର କଥା ହେଉଛି, ବୁଢ଼ାବଳଙ୍ଗର ଜଳସ୍ତର ଧୀରେ ଧୀରେ କମୁଛି। ହେଲେ ସୁବର୍ଣ୍ଣରେଖାର ଜଳପତ୍ତନ ଧୀରେ ଧୀରେ ବଢ଼ୁଛି। ଭୋଗରାଇ, ଜଳେଶ୍ୱରରେ ପାଣି ଜମିବା ଆଶଙ୍କା ଦେଖା ଦେଇଛି। ସମୁଦ୍ର ସ୍ଥିର ଥିବାରୁ ଜଳ ନିଷ୍କାସନ ହୋଇଯିବ। ଦୁଇ ନଦୀର ଜଳପତ୍ତନ ଧୀରେ ଧୀରେ କମିବ। ପାଣିଘେରରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। କାଲିଠୁ ରନ୍ଧା ଖାଦ୍ୟ ଦିଆଯାଉଛି। ୭ ଦିନ ଏପରି ଖାଦ୍ୟ ପ୍ରଦାନ କରାଯିବ।

ବାଲେଶ୍ୱରରେ କେନ୍ଦ୍ରାଞ୍ଚଳ ଆରଡିସି ଅଛନ୍ତି। ଓଡ୍ରାଫ ଟିମ୍ କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱରରେ ମୁତୟନ ଅଛନ୍ତି। କଟକରୁ ଆଉ ୨ଟି ଓଡ୍ରାଫ ଟିମ୍ ଯିବ ବାଲେଶ୍ୱର। ୩ ଜିଲ୍ଲାର ଜିଲ୍ଲାପାଳଙ୍କ ସୂଚନା ଆଧାରରେ ଏହା ସେ କହିଛନ୍ତି। ତେବେ ଆଉ ଏକ ଲଘୁଚାପ ଅଛି, ତେଣୁ ସଜାଗ ରହିବାକୁ ପଡ଼ିବ। ଲୋକଙ୍କୁ ଆଶ୍ଵସ୍ତ କରିବାକୁ ସେ କହିଛନ୍ତି, ଡରିବାର ନାହିଁ। ସାପ କାମୁଡ଼ା ଔଷଧ ମହଜୁଦ ରହିଛି। କ୍ଷୟକ୍ଷତିର କ୍ଷତିପୂରଣ ମିଳିବ। ପାଣିରେ ରହନ୍ତୁ ନାହିଁ, ସୁରକ୍ଷିତ ଜାଗାକୁ ପଳାଇ ଯିବାକୁ ସେ ପରାମର୍ଶ ଦେଇଛନ୍ତି। ମନ୍ତ୍ରୀ ମାନିଛନ୍ତି, ବ୍ୟାପକ ଫସଲ ଓ ପନିପରିବା ନଷ୍ଟ ହୋଇଛି।

Latest Posts

Don't Miss