ରିୟା ଚକ୍ରବର୍ତ୍ତୀଙ୍କ ବୟାନ: ସୁଶାନ୍ତଙ୍କ ଟଙ୍କାରେ ମୁଁ ବଞ୍ଚୁ ନଥିଲି

ମୁମ୍ବାଇ: ସିଂ ରାଜପୂତଙ୍କ ମୃତ୍ୟୁ ମାମଲାରେ ଦିନକୁ ଦିନକୁ ନୂଆ ଖୁଲାସା ହେଉଛି । କେବେ ରିୟା ଚକ୍ରବର୍ତ୍ତୀଙ୍କୁ ସିବିଆଇ ପଚରା ଉଚରା କରିବ ଏହାକୁ ଖୁବ ଉଦବେଗର ସହିତ ଚାହିଁ ବସିଛନ୍ତି ସୁଶାନ୍ତଙ୍କ ପ୍ରଶଂସକ । ତେବେ ନିକଟରେ କିଛି କଥାକୁ ନେଇ ନିଜର ପକ୍ଷ ରଖିଛନ୍ତି ରିୟା । ଏକ ଘରୋଇ ନ୍ୟୁଜ୍ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ରିୟା କ’ଣ କହିଛନ୍ତି ଆସନ୍ତୁ ଜାଣିବା ।

ଇଉରୋପ ଟ୍ରିପରେ ଖୋଲିଥିଲା ଏହି ରାଜ୍

ରିୟାଙ୍କ କହିବା ଅନୁସାରେ ଇଉରୋପ ଟ୍ରିପରେ ଫ୍ଲାଇଟରେ ଯିବାକୁ ଡର ଲାଗେ ବୋଲି ସୁଶାନ୍ତ ରିୟାଙ୍କ ସାମ୍ନାରେ କହିଥିଲେ । ସୁଶାନ୍ତ ଏଥିପାଇଁ ମୋଡାଫିନି ନାମକ ଔଷଧ ଖାଉଥିଲେ । ଏହି ଔଷଧ ସୁଶାନ୍ତଙ୍କ ନିକଟରେ ସବୁବେଳେ ଉପଲବ୍ଧ ଥାଏ । ଫ୍ଲାଇଟରେ ଯିବା ପୂର୍ବରୁ ସେ ଏହି ଔଷଧକୁ ଖାଇଥିଲେ । ଏହି ଔଷଧ ତାଙ୍କ ପାଖରେ ଥିବାରୁ  କୌଣସି ପ୍ରେସକ୍ରିପ୍ସନର ଆବଶ୍ୟକତା ପଡିନଥିଲା ।  ତେବେ ସୁଶାନ୍ତ ହୁଏତ ସବୁବେଳେ ଫ୍ଲାଇଟରେ ଯିବା ପୂର୍ବରୁ ଏଭଳି କରିଥାଇ ପାରନ୍ତି ବୋଲି ରିୟା କହିଛନ୍ତି ।

କିନ୍ତୁ  ସୁଶାନ୍ତ ପ୍ୟାରିସରେ ପହଂଚିବା ପରେ  ଦୁଇ ତିନି ଦିନ ପର୍ଯ୍ୟନ୍ତ ନିଜ ରୁମ ମଧ୍ୟରୁ ବାହାରିଲେ ନାହିଁ । ଏହା ଦେଖି ମୁଁ କିଛି ବୁଝି ପାରିଲି ନାହିଁ କାରଣ ସୁଶାନ୍ତ ପ୍ୟାରିସ ଯିବାକୁ ନେଇ ଖୁବ ଉତ୍ସାହିତ ଥିଲେ । କାରଣ ସେଠାରେ ତାଙ୍କୁ କେହି ଚିହ୍ନପାରିବେ ନାହିଁ । ସେ ଦେଖାଇବାକୁ ଚାହୁଁଥିଲେ କି ସେ କେତେ ମଜାକିଆ ଅଟନ୍ତି । ଯେପରିକି ରାସ୍ତାରେ ଚାଲି ଚାଲି ଫନ୍ କରିବା । କାରଣ ସେ ସେଲିବ୍ରିଟି ହୋଇ ଥିବାରୁ ଏହା ଭାରତରେ କରିପାରୁନଥିଲେ । କିନ୍ତୁ ସେଠାକୁ ଯିବା ପରେ ସେ ରୁମରୁ ବାହାରିଲେ ନାହିଁ । କିନ୍ତୁ ସ୍ୱିଜରଲ୍ୟାଣ୍ଡରେ ସେ ପ୍ରାୟ ଠିକ ଥିଲେ । ସେ ବାହାରକୁ ବାହାରିବା ସହିତ ଖୁସି ମଧ୍ୟ ଥିଲେ । ଏହାପରେ ଆମେ ଇଟାଲୀ ଯାଇଥିଲୁ ଏବଂ ସେଠାରେ ପଲାଜୋ ମ୍ୟାଗନେନି ନାମକ ହୋଟେଲରେ ରହିଥିଲୁ । କିନ୍ତୁ ସେହି ହୋଟେଲ ହଣ୍ଟେଡ୍ ( ଭୂତ ମାନଙ୍କ ଘର ଥିଲା) ଥିଲା ବୋଲି ଆମେ ଜାଣିନଥିଲୁ । ଏହା ସହିତ ସେଠାର ରୁମରେ ଅଜବ ଚିତ୍ର ସବୁ ଥିଲା, ଯାହା ଖୁବ ଭୟାନକ ଥିଲା । ତେବେ ପ୍ରଥମେ ସୁଶାନ୍ତ ଏହାକୁ ସାମାନ୍ୟ କଥା କହିଥିବା ପରେ ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କୁ ମଧ୍ୟ ଡର ଲାଗିଥିଲା । ତେବେ ଏହି ଟ୍ରିପେରେ ଆମେ ସମସ୍ତେ ଡରି ଯାଇଥିଲୁ ଏବଂ ଚେକ ଆଉଟ କରିବା ପାଇଁ ମୁଁ କହିଥିଲି, କିନ୍ତୁ ସେ ରାଜି ହୋଇ ନଥିଲେ । ଏହାପରେ ସୁଶାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଧୀରେ ଧୀରେ ଖରାପ ହେବାକୁ ଲାଗିଲା । ପୂରା ଟ୍ରିପରେ ସେ ରୁମରୁ ବାହାରିବାକୁ ଚାହୁଁ ନଥିଲେ । ସେଠାରେ ସୁଶାନ୍ତ ୨୦୧୩ ତାଙ୍କୁ ଡିପ୍ରେସିଭ ଏପିସୋଡ ହୋଇଥିଲା ଏବଂ ସେ ମିଷ୍ଟର ହରେଶ ସେଟ୍ଟୀଙ୍କ ପରାମର୍ଶରେ ମୋଡାଫିନି ଔଷଧ ଖାଉଥିଲେ ବୋଲି କହିଥିଲେ । ଏହା ସହିତ କେବେ କେବେ ସୁଶାନ୍ତଙ୍କୁ ଏଂଜାଇଟି ଆଟାକ ମଧ୍ୟ ଆସୁଥିଲା । ସେ ପ୍ରାୟ ମାନସିକ ଚିନ୍ତାରେ ବୁଡ଼ି ରହୁଥିଲେ । ଏହା ସହିତ ସୌଭିକ ଓ ସୁଶାନ୍ତଙ୍କ ମଧ୍ୟରେ ଖୁବ ଭଲ ସମ୍ପର୍କ ଥିଲା ଏବଂ ଟ୍ରିପକୁ ଯିବା ପୂର୍ବରୁ ସୁଶାନ୍ତ ଏକ କମ୍ପାନୀ ଆରମ୍ଭ କରିଥିଲେ, ଯାହାର ନାମ ରଖିଥିଲେ ରିୟାଲିଟିକ୍ସ । ତେବେ ହୁଏତ ମୋତେ ସୁଶାନ୍ତ ସାମାନ୍ୟ ଭଲ ପାଉଥିବାରୁ ତାଙ୍କ ଡ୍ରିମ ପ୍ରୋଜେକ୍ଟ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସକୁ ମୋ ନାମରେ ରଖିଥିଲେ । ଏହି ପ୍ରୋଜେକ୍ଟରେ ମୁଁ, ମୋ ଭାଇ ଏବଂ ସୁଶାନ୍ତ ସମାନ ଭାବରେ ପାର୍ଟନର ଥିଲୁ । ଏଥିପାଇଁ ୩୩ ହଜାର ଲେଖାଏଁ ଭରଣ କରିବାକୁ ଥିଲା । ମୁଁ ମୋ ଭାଇକୁ ୩୩ ହଜାର ପଠାଇଥିଲି, କାରଣ ସ୍ୱାଭାବିକ ଭାବରେ ତା ପାଖରା ଚାକିରି ନଥିଲା । ଏହା ବ୍ୟତୀତ ଅନ୍ୟ କୌଣସି ଟ୍ରାଞ୍ଜାକ୍ସନ ହୋଇନାହିଁ । ଇଟାଲୀ ଟ୍ରିପରେ ମୋ ଭାଇକୁ ସୁଶାନ୍ତ ଆସିବାକୁ ବାଧ୍ୟ କରିଥିବାରୁ ସେ ଆସିଥିଲା । ଏହି ଚ୍ୟାଟ ମଧ୍ୟ ମୋ ପାଖରେ ଅଛି ବୋଲି ସାକ୍ଷାତକାରରେ କହିଛନ୍ତି ରିୟା ।

କ’ଣ ଆପଣ ଏବଂ ଆପଣଙ୍କ ପୂରା ପରିବାର ସୁଶାନ୍ତଙ୍କ ଟଙ୍କାରେ ବଞ୍ଚୁଥିଲେ?

ପ୍ୟାରିସରେ ମୋର ଏକ ଫ୍ୟାଶନ ସୁଟ ଥିଲା । ସେଠାରୁ ମୋ ପାଇଁ ହୋଟେଲ ଏବଂ ବିଜନେସ କ୍ଲାସର ଟିକେଟ ମଧ୍ୟ ହୋଇଥିଲା । କିନ୍ତୁ ସୁଶାନ୍ତ ସେହି ଟିକେଟକୁ ରବ୍ଦ କରି ଦେଇଥିଲେ । କାରଣ ସେ ଇଉରୋପ ଟ୍ରିପ ଯିବାକୁ ଚାହୁଁଥିଲେ । ଏହା ସହିତ ସେ ଅଧିକ ଟଙ୍କା ଖର୍ଚ୍ଚ କରୁଥିଲେ । ସୁଶାନ୍ତ ଜଣେ ରାଜା ଭଳି ବଞ୍ଚୁଥିଲେ । ଏହା ପୂର୍ବରୁ ସେ ୬ ଜଣ ସାଙ୍ଗଙ୍କ ସହିତ ଥାଇଲ୍ୟାଣ୍ଡ ଟ୍ରିପ ଯାଇଥିଲେ, ଯେଉଁଠାରେ ସେ ୭୦ ଲକ୍ଷ ଖର୍ଚ୍ଚ କରିଥିଲେ । ସେଠାକୁ ଏକ ପ୍ରାଇଭେଟ ଜେଟ ନେଇ ଯାଇଥିଲେ । ସେ ଏହିଭଳି ତାଙ୍କ ଜୀବନ ବଞ୍ଚିବାକୁ ଚାହୁଁଥିଲେ । କେବଳ ମୋ ପାଇଁ ନୁହେଁ ବରଂ ସେ ତାଙ୍କ ପୁରୁଷ ବନ୍ଧୁ ମାନଙ୍କ ପାଇଁ ମଧ୍ୟ ଟଙ୍କା ଖର୍ଚ୍ଚ କରୁଥିଲେ । ଆମେ ଦୁଇଜଣ ଏକ କପଲ ଭଳି ରହୁଥିଲୁ, ମୁଁ ସୁଶାନ୍ତଙ୍କ ଟଙ୍କାରେ ବଞ୍ଚୁ ନଥିଲି ବୋଲି କହିଛନ୍ତି ରିୟା ।

Leave a Reply