କ୍ରିକେଟର ରିଙ୍କୁ ସିଂହଙ୍କୁ ଡି- କମ୍ପାନୀରୁ ଧମକ, ୧୦ କୋଟି ଟଙ୍କା ଦାବି
1 min read
ନନ୍ଦିଘୋଷ ବ୍ୟୁରୋ : ଭାରତୀୟ କ୍ରିକେଟର ରିଙ୍କୁ ସିଂହଙ୍କ ସମ୍ପର୍କରେ ଏକ ବଡ଼ ଘଟଣା ସାମ୍ନାକୁ ଆସିଛି । ସାଉଦ ଇବ୍ରାହିମର ଡି- କମ୍ପାନୀ ନାଁ ନେଇ ତାଙ୍କୁ ୧୦ କୋଟି ଟଙ୍କା ଦେବା ପାଇଁ ଦାବି କରିଛି । ତେବେ ପୋଲିସ ଏହି ମାମଲାରେ ରିଙ୍କୁ ସିଂହଙ୍କୁ ଧମକ ଦେଇଥିବା ବ୍ୟକ୍ତିକୁ ଗିରଫ କରି ପଚାରାଉଚରା କରିଛି । ଯାହା ଫଳରେ ଏହି ଘଟଣାର ପର୍ଦ୍ଦାଫାଶ ହୋଇଛି ।
ପୋଲିସର ସୂଚନା ମୁତାବକ, ଅଭିଯୁକ୍ତ ନୌଶାଦ ପଚରାଉଚରା ବେଳେ ଭାରତୀୟ ଖେଳାଳି ରଙ୍କୁ ସିଂହଙ୍କୁ ୧୦ କୋଟି ଟଙ୍କା ଦେବାକୁ ଧମକ ଦେବା କଥା ସ୍ୱୀକାର କରିଛି । ଖାଲି ଏତିକି ନୁହେଁ ସେ ରିଙ୍କୁଙ୍କ ଇଭେଣ୍ଟ ମ୍ୟାନେଜରଙ୍କୁ ମଧ୍ୟ ଧକମ ପୂର୍ଣ୍ଣ ଇମେଲ୍ ପଠାଉଥିବା କଥା ଜଣା ପଡିଛି । ଏଥିରେ ସେ ନିଜକୁ ଡି-କମ୍ପାନୀର ସଦସ୍ୟ ବୋଲି ପରିଚୟ ଦେଇ ଟଙ୍କା ନଦେଲେ ହତ୍ୟା ନେଇ ଧମକ ଦେଇଥିଲା । ତେବେ ମୁମ୍ୱାଇ ପୋଲିସ ଏହି ମାମଲା ନେଇ ପ୍ରଥମ ଥର ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି । ବିହାର ଦରଭଙ୍ଗାର ଅଧିବାସୀ ୩୩ ବର୍ଷୀୟ ମହମ୍ମଦ ଦିଲଶାଦ ନୌଶାଦକୁ ଗିରଫ କରିଛି ।