ୟୁରୋପରେ ଅଣାୟତ୍ତ କରୋନା; ଲକଡାଉନକୁ ବିରୋଧ କରି ଆନ୍ଦୋଳନ

1 min read

ନୂଆଦିଲ୍ଲୀ: ୟୁରୋପରେ କୋଭିଡ-୧୯ ଅଧିକରୁ ଅଧିକ ପରିବ୍ୟାପ୍ତ ହେଉଥିବାବେଳେ ଲକଡାଉନ ବିରୋଧରେ ହୋଇଛି ଆନ୍ଦୋଳନ । ଏପରିକି କେତେକ ସ୍ଥାନରେ ବିକ୍ଷୋଭ ହେବା ସହ ଗୁଳିକାଣ୍ଡ ଘଟିଛି । ନେଦରଲ୍ୟାଣ୍ଡ୍ସରେ ଲକଡାଉନକୁ ବିରୋଧ କରି ଜୋରଦାର ଆନ୍ଦୋଳନ ହେବା ସହ ପୋଡାଜଳା ହୋଇଛି । ନେଦରଲ୍ୟାଣ୍ଡର ରଟରଡ୍ୟାମ ସିଟିରେ ଆନ୍ଦୋଳନ ଜୋରଦାର ହେବାରୁ ପୋଲିସକୁ ଗୁଳି କରିବାକୁ ପଡିଛି । ଫଳରେ ସେଠାରେ ୨ ଜଣ ଆହତ ହୋଇଛନ୍ତି । ଏହି ଘଟଣାରେ ପୋଲିସ ୫୧ଜଣଙ୍କୁ ଗିରଫ କରିଛି । ସେହିପରି ହଗ୍ ସହରରରେ ଲୋକମାନେ ପୋଲିସ ଉପରକୁ ବୋମା ଫିଙ୍ଗିବା ସହ ପୋଡାପୋଡି କରିଛନ୍ତି । ଅଷ୍ଟ୍ରିଆ, କ୍ରୋଏସିଆ, ଇଟାଲିରେ କଟକଣା ପ୍ରତିବାଦରେ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି ଏବଂ ବିଭିନ୍ନ ସ୍ଥାନରେ ଜୋରଦାର ବିକ୍ଷୋଭ କରିଛନ୍ତି ।

ୟୁରୋପର ବିଭିନ୍ନ ସ୍ଥାନରେ ହେଉଥିବା ଆନ୍ଦୋଳନକୁ ନେଇ ଚିନ୍ତାବ୍ୟକ୍ତ କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । କରୋନା ଦିନକୁ ଦିନ ହୁ ହୁ ବଢ଼ୁଥିବା ବେଳେ ଏପରି ଆନ୍ଦୋଳନକୁ କଡା ସମାଲୋଚନା କରିଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଆଞ୍ଚଳିକ ନିର୍ଦ୍ଦେଶକ ଡାକ୍ତର ହାନ୍ସ କ୍ଲୁଜ । ୟୁରୋପରେ କୋଭିଡ ସଂକ୍ରମଣ ପୁଣି ବଢୁଥିବାବେଳେ ବିଭିନ୍ନ କଟକଣାକୁ ଲୋକଙ୍କ ବିରୋଧ ଯୋଗୁ ଏହ ସମସ୍ୟା ଅଧିକ ଘନୀଭୂତ ହେବା ଆଶଙ୍କା କରାଯାଉଛି । ହିଂସା ଯୋଗୁ ଜନଜୀବନ ବାଧାପ୍ରାପ୍ତ ହୋଇଛି ଏବଂ ଅଧିକରୁ ଅଧିକ ଲୋକ ଆହତ ହେବାରେ ଲାଗିଛନ୍ତି । ନେଦରଲ୍ୟାଣ୍ଡରେ ତିନି ସପ୍ତାହବ୍ୟାପୀ ଆଂଶିକ ଲକଡାଉନ ହେବା କାରଣରୁ ଏହାକୁ ନେଇ ଲୋକେ ଉତ୍ତ୍ୟକ୍ତ ହୋଇଛନ୍ତି । ପ୍ରତିଷ୍ଠାନ, ବାର୍, ରେଷ୍ଟୁରାଣ୍ଟ, କ୍ରୀଡା ଉପରେ କଟକଣା ଜାରି କରାଯାଇଛି । କ୍ରୋଏସିଆ, ଇଟାଲୀ, ଫ୍ରାନ୍ସ ଆଦି ସ୍ଥାନରେ ପ୍ରତିବାଦ ପରିଲକ୍ଷିତ ହୋଇଛି ।

Leave a Reply