ଗଛରେ ପିଟି ହେଲା ଇନୋଭା, ଦୁଇ ମୃତ

1 min read
INNOVA

ବଲାଙ୍ଗୀର: ବଲାଙ୍ଗୀର ଦେଓଗାଁ ସାଗରପାଲିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛକୁ ପିଟିଲା ଇନୋଭା । ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହାତ ହୋଇଛନ୍ତି । ମୃତକ ମଧ୍ୟରେ ଜଣେ ବ୍ୟାଙ୍କ ମ୍ୟାନେଜର ଅଛନ୍ତି । ତାଙ୍କ ନାଁ ରାକେଶ ହେମ୍ବ୍ରମ ବୋଲି ତାଙ୍କ ପରିଚୟ ପତ୍ରରୁ ଜଣାପଡିଛି ।

ଅନ୍ୟ ଜଣେ ମୃତକ ହେଲେ ଗାଡି ମାଲିକ ସତ୍ୟଜିତ ମାଦଳା । ଗୁରୁତର ଡ୍ରାଇଭର ଓ ଅନ୍ୟ ଜଣକୁ ଭୀମ ଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଦେଓଗାଁ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ନବରଙ୍ଗପୁର ଡ଼ାବୁଗାଁରୁ-ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଭୋର ୪ଟାରେ ହୋଇଛି ଦୁର୍ଘଟଣା ।

ସେହିଭଳି ରାୟଗଡାଜିଲ୍ଲା ଗୁଣୁପୁର ଥାନା ଅନ୍ତର୍ଗତ ଡମ୍ବସରା ନିକଟରେ ବୋଲେରୋ ବାଇକ୍ ମଧ୍ୟରେ ଦୁର୍ଘଟଣା ଘଟିଛି । ଘଟଣାରେ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି । ଗୁଣୁପୁର ଦମକଳ ବାହିନୀ ଘଟଣାସ୍ଥଳରୁ ଗୁରୁତରଙ୍କ ଉଦ୍ଧାର କରି ପ୍ରଥମେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା ପରେ ଉଭୟଙ୍କୁ ବ୍ରହ୍ମପୁର ବଡ଼ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି ।

ଏହି ଘଟଣାପରେ କ୍ଷତି ପୁରଣ ଦାବି ନେଇ ସ୍ଥାନୀୟ ଲୋକେ ଗୁଣୁପୁର ପଦ୍ମପୁର ମୁଖ୍ୟରାସ୍ତାକୁ ଅବରୋଧ କରିଛନ୍ତି । ଖବରପାଇ ଗୁଣୁପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିବା ସହ ଲୋକଙ୍କୁ ବୁଝାସୁଝା କରିଥିଲେ ।

Leave a Reply