ଗଜପତିରେ ଲଗାଣ ବର୍ଷାର ପ୍ରଭାବ, ପାହାଡ଼ ଧସି ରାସ୍ତା ଅବରୋଧ

file

file

ଗଜପତି: ଅବପାତର ପ୍ରଭାବରେ ଗଜପତି ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିଛି  । ଲଗାଣ ବର୍ଷା ଫଳରେ ପାହାଡ଼ ଧସି ରାସ୍ତା ଅବରୋଧ । ଗଜପତି ଜିଲ୍ଲା ନାମନଗଡ଼ ଠାରୁ ଅଜୟଗଡ଼ ରାସ୍ତାରେ ଧସିଛି ପାହାଡ଼ । ପାରଳାଖେମୁଣ୍ଡି ଠାରୁ ଅଜୟଗଡ଼ର ମୂଖ୍ୟ ରାସ୍ତାରେ ପାହାଡ଼ ଧସି ପଡ଼ିଛି । ଫଳରେ ତିନୋଟି ପଞ୍ଚାୟତକୁ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଛି । ସମୟ ସମୟ ମଧ୍ୟରେ ଏବେବି ଅଞ୍ଚଳରେ ଲାଗିରହିଛି ବର୍ଷା। ପ୍ରଶାସନ ପାଖରେ ଖବର ନଥିବାରୁ ଆରମ୍ଭ ହୋଇପାରିନି ଉଦ୍ଧାର କାର୍ଯ୍ୟ । ଜରୁରୀ ପରିସ୍ଥିତିରେ ବାଇକ ଯୋଗେ କଷ୍ଟକର ରାସ୍ତା ଅତିକ୍ରମ କରୁଛନ୍ତି ଲୋକେ ।

ଲଘୁଚାପ ପ୍ରଭାବରେ ଗତ ତିନି ଦିନ ଧରି ଲଗାଣ ବର୍ଷାରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାହାଡ଼ ଧସି ଜନଜୀବନ ପ୍ରଭାବିତ ହୋଇଛି। ଘାଟ ରାସ୍ତାରେ ଠାଏ ଠାଏ ପଡ଼ି ରହିଛି ଅତଡା । ତେବେ ଯଥା ଶୀଘ୍ର ରାସ୍ତାରେ ପଡ଼ିଥିବା ବଡ଼ ବଡ଼ ପଥର ମାଟି ଅତଡା ସଫା କରିବା ପାଇଁ ଅନୁରୋଧ କରିଛନ୍ତି ଅଞ୍ଚଳବାସୀ। ଅଞ୍ଚଳର ଅଜୟଗଡ, ଭୁବନୀ ଓ ପଞ୍ଚାୟତର ଶତାଧିକ ଗ୍ରାମକୁ ସଂଯୋଗ କରୁଥିବା ମୂଖ୍ୟ ରାସ୍ତାରେ ଯାତାୟତ ବନ୍ଦ ରହିଛି।

Leave a Reply